ପୋଷଣ ପକ୍ଷ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବି ସୀତାପୁର ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଠାରେ ପୋଷଣ ପକୋୱାଡା ପକ୍ଷ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ନେତୃତ୍ବରେ ଏକ ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କିଶୋରୀ ବାଳିକା, ଗ୍ରାମର ୱାର୍ଡ ସଭ୍ୟ, ମିନି ଅଙ୍ଗନବାଡି କର୍ମୀ କେ ବିଜୟଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଷଣ ଦୂର କରିବା ଓ ମାତୃ ଶିଶୁ ହାର କମାଇବା ଏହାର ଲକ୍ଷ୍ୟ । ଏହା ଉପରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଲୋକଙ୍କୁ ସଚେତନତା କରାଇଥିଲେ । ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *