କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଏନ. ଆର. ଜି. ଏସ କାମ କରି ପାରିଶ୍ରମିକ ନପାଇ ନିରାଶ ହେଲେ ହିତାଧିକାରୀ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଡ଼ ବେତରା ପଞ୍ଚାୟତ ଭlରିଗୋଳ ଗ୍ରାମ ରୁ ଆସିଛି ଏଭଳି ଅଭିଯୋଗ । ତିନି ମାସ ଖଟିଲେ. କିନ୍ତୁ ପାରିଶ୍ରମିକ ନପାଇ ନିରାଶ ହେଲେ ଗ୍ରାମବାସୀ ! ମନରେଗା କାମ କରିଥିବା ଗ୍ରାମ ବାସି ଙ୍କ ଦୁଃଖ ଶୁଣିଲେନି ବଡ଼ ବେତରା ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ମହାପାତ୍ର ! ପ୍ରଶାସନ ସବୁ ଦେଖି ନିରବ , ନିରାଶ ହେଲେ ଭାରିଗୋଳ ଗ୍ରାମବାସୀ ! ଦୁର୍ନୀତି ର ଡିଆଁ ବେଙ୍ଗ ଡେଉଁଛି ଗରଦପୁର ବ୍ଲକ ବଡବେତରା ପଞ୍ଚାୟତ ଭlରିଗୋଳ ଗ୍ରାମ ରେ ! ଗ୍ରାମର ଜବକାର୍ଡ ଧାରୀ ମାନେ ଏନ. ଆର. ଜି. ଏସ କାମ ରେ ଗ୍ରାମ ର ଶ୍ମଶାନ ରାସ୍ତା ରେ ମାଟି ପକାଇ ଥିଲେ ! ନୂତନ ରାସ୍ତା ନିର୍ମାଣ କରିଥିଲେ ! ଦୀର୍ଘ ତିନି ମାସ ପର୍ଯ୍ୟନ୍ତ ଦୈନିକ ମଜୁରୀ ହିସାବ ରେ କାମ କରିଥିଲେ ଜବକାର୍ଡ ଧାରୀ ! କାମ ସରିଗଲା ପରେ ଏପର୍ଯ୍ୟନ୍ତ ନିଜ ନିଜର ପାରିଶ୍ରମିକ ପାଇ ନାହାନ୍ତି ସେମାନେ ! ଏଭିତରେ ଏକ ବର୍ଷ ବିତି ଗଲାଣି , ବଡିବେତରା ସରପଞ୍ଚ ସଂଯୁକ୍ତା ମହାପାତ୍ର ଙ୍କ ପାଖରେ ଅଭିଯୋଗ କଲେ ବି ସେ ଶୁଣୁ ନାହାନ୍ତି ! ପ୍ରଶାସନ କୁ ଅଭିଯୋଗ କରି ମଧ୍ୟ ନିରାଶ ହୋଇଛନ୍ତି ଭାରିଗୋଳ ଗ୍ରାମ ର ଜବକାର୍ଡ ଧାରୀ ମାନେ ! ଗତ ବର୍ଷ ଏପ୍ରିଲ ଓ ମେ ମାସ ର ଡହ ଡହ ଖରାରେ ସେମାନେ କଠିନ ପରିଶ୍ରମ କରି ଗାଁ ଶ୍ମଶାନ ରାସ୍ତା ନିର୍ମାଣ କରିଥିଲେ , କିନ୍ତୁ ସେମାନଙ୍କ ଦୁଃଖ ବୁଝୁନାହାନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ! ମନରେଗା କାମ କରିଥିବା ଗରିବ ହିତାଧିକାରୀ ମାନଙ୍କର ବର୍ତମାନ ନିହାତି ଅର୍ଥ ଆବଶ୍ୟକ ଥିଲେ ମଧ୍ୟ ସେମାନଙ୍କ ପାରିଶ୍ରମିକ ରୁ ସେମାନେ ବଂଚିତ ଅଛନ୍ତି ! ସରପଞ୍ଚ ଙ୍କ ଅସହଯୋଗ ପରେ ଭlରିଗୋଳ ର ଜବକାର୍ଡ ଧାରୀ ଗ୍ରାମବାସି ମାନେ ଏବେ ଚିନ୍ତା ପ୍ରକଟ କରିଛନ୍ତି ! ଏଠି ପ୍ରଶ୍ନ ଉଠେ ଯେ ଲୋକ ପ୍ରତିନିଧି ଲୋକ ଙ୍କ ସମସ୍ୟା ନିବାରଣ କରିବା ପରିବର୍ତ୍ତେ ଲୋକ ଙ୍କୁ ଅସହଯୋଗ କଲେ ଅଞ୍ଚଳ ବାସି ଙ୍କ ଦୁଃଖ ବୁଝିବ କିଏ ? ରକ୍ଷକ ନିଜେ ଭକ୍ଷକ ସାଜିଲେ ଗରିବ ଗୁରୁବା ଙ୍କୁ କିଏ ନ୍ୟାୟ ଦେବ ? ଏହି ପ୍ରଶ୍ନ ସ୍ୱାଭାବିକ ଭାବେ ସମସ୍ତଙ୍କ ମନରେ ଉଠିଛି ??
ପାରିଶ୍ରମିକ ନପାଇ ନିରାଶ ହେଲେ ଗ୍ରାମବାସୀ !!!

