ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୪୪ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ବରୁ ମହାମାରୀ କରୋନାର ସଂପୂର୍ଣ୍ଣ ବିନାଶ ନ ହେବା ପର୍ଯ୍ୟନ୍ତ ସଚେତନତା ସୃଷ୍ଟି ନିମନ୍ତେ ଆଜକୁ ଦୀର୍ଘ ୧୧୦୨ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଂଗ୍ରାମ ଜାରି ରଖିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୦୦ ରୁ ୧୧୦୨ ଦିନ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କୁ କୋଭିଡ୍ କିଟ୍ ସହ ରିଲିଫ୍ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସର୍ବେଶ୍ଵର ଜେନା, ପ୍ରିତମ ମଲ୍ଲିକ, ସାଗର ଜେନା, ରାକେଶ ଜେନା ଆଦି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ , ବ୍ଲିଚିଂ, ଓ.ଆର.ଏସ, ଇଁଷ୍ଟା ଭେଜିଟେବୁଲ୍ ୱାସ୍ , ଡେଟେଲ, ଫିନାଇଲ୍ ଆଦି ବଣ୍ଟନ ସହ ଗରିବ ଏବଂ ଅସହାୟ ମାନଙ୍କୁ ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ଫଳ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା। ଗତକାଲି ତା ୨୭/୦୩/୨୦୨୩ରିଖର ତଥ୍ୟ ଅନୁସାରେ ଆକ୍ଟିଭ କେସ ସଂଖ୍ୟା ୧୦୩୦୦ (୦.୦୨%), ଚିକିତ୍ସାଳୟ ପରିତ୍ୟାଗ ସଂଖ୍ୟା ୪୪୧୬୪୮୧୫ (୯୮.୭୯%), ମୃତ୍ୟୁ ସଂଖ୍ୟା ୫୩୦୮୩୭ (୧.୧୯%) ରହିଥିବାର ସୂଚନା ମିଳିଛି। ଏଣୁ ଦେଶରୁ ସଂପୂର୍ଣ୍ଣ ଭାବରେ ମହାମାରୀ କରୋନାର ଲୋପ ନ ହେବା ପର୍ଯ୍ୟନ୍ତ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ କରାଯାଉଥିବା ବେଳେ ୧୧୦୦ ତମ ଦିବସର ୪୪ ତମ ସମୀକ୍ଷା ବୈଠକର ପ୍ରାତଃ କାଳୀନ ପ୍ରଥମ ପର୍ଯ୍ୟାୟ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକର ଗଦରଗଡି ଓ କୁଳିଅଣା ବ୍ଳକର ସରପଙ୍ଖା- ନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତା ମଣି ଦାସ, ସମାଜସେବୀ ସଚି ଦାସ, ସୁଚିଶ୍ମିତା ଦାସ, ଗୌତମ ନାଏକ, ସନତ କୁମାର ନାଏକ , ବାସୁଦେବ ରଣା, ପ୍ରଭାକର ନାଏକ, ବୀରକିଶୋର ନାଏକ, ଭଗବାନ ନାଏକ, ସୁଲେଖା ନାଏକ, ସୁଶୀଲ ନାଏକ, ବୁଦ୍ଧିନି ନାଏକ, ମଲ୍ଲିମଣି ନାଏକ୍, ନଟ ମଣି ନାଏକ, ତାରାମଣି ନାଏକ,ଜେମା ମଣି ନାଏକ, ସୁଲୋଚନା ନାଏକ ଆଦି ଯୋଗଦାନ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟର ଅପରାହ୍ନ କାଳୀନ ସମୀକ୍ଷା ବୈଠକ ସ୍ଥାନୀୟ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରସ୍ଥ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି। ଗ୍ରୁପର ନିର୍ଦ୍ଦେଶକ ତଥା ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ସଂଚାଳନାରେ ଏହି ବୈଠକରେ ସମୀକ୍ଷକ ଭାବରେ ବିଶ୍ଵ କଳାକାର ମହାସଂଘର କାର୍ଯ୍ୟକାରୀ ଉପଦେଷ୍ଟା ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ମଲ୍ଲିକ,କମାର ଡିହି ପଞ୍ଚାୟତର ଯୁବ ସମାଜସେବୀ ପ୍ରଦୀପ କୁମାର ନାୟକ, ଭଦ୍ରକ ଜିଲ୍ଲାର ଯାତ୍ରା ନିର୍ଦେଶକ ପ୍ରଫୁଲ୍ଲ କୁମାର ଦାଶ, ଯାତ୍ରା କଳାକାର ଶଶିକାନ୍ତ ପଣ୍ଡା, ଯୁବ ସାମ୍ବାଦିକ ତଥା ଶିଶୁ ସାହିତ୍ୟିକ ଧୀରେନ୍ଦ୍ର କୁମାର ମଲ୍ଲିକ ଆଦି ଯୋଗଦାନ କରି ଚିନ୍ମୟ ଫାଉଣ୍ଡେସନର ବିଚାରଧାରା ଓ ଦୀର୍ଘ ୧୧୦୦ ଦିନର ନିରବଛିନ୍ନ କରୋନା ସଚେତନତା ଓ ସେବାକାର୍ଯ୍ୟ ସହ ଆଗାମୀ ଦିବସ ଗୁଡିକରେ ନିଆଯିବାକୁ ଥିବା ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *