୩୬ ତମ ଜାତୀୟ କ୍ୟୁରୋଗୀ ଏବଂ ୧୧ତମ ଜାତୀୟ ପୁମସେ ସବ ଜୁନିୟର ଟାଇକୋଣ୍ଡ ଚାମ୍ପିଅନସିପ ୨୦୨୩ ଉଦଯାପିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜବାହାରଲାଲ ଇନଡୋର ଷ୍ଟାଡିୟମରେ ୩୬ ତମ ଜାତୀୟ କ୍ୟୁରୋଗୀ ଏବଂ ୧୧ତମ ଜାତୀୟ ପୁମସେ ସବ ଜୁନିୟର ଟାଇକୋଣ୍ଡ ଚାମ୍ପିଅନସିପ ୨୦୨୩ ଉଦଯାପିତ ହୋଇଯାଇଛି ! ଦ୍ଵିତୀୟ ଦିନରେ କ୍ୟୁରୋଗୀ ବିଭାଗରେ ଗୁଜୁରାଟ ଏବଂ ଉତ୍ତର ପ୍ରଦେଶ ପଦକର ବର୍ଷା କରିଥିବା ବେଳେ ନାଗାଲ୍ୟାଣ୍ଡ, ହରିୟଣା ଏବଂ ରାଜସ୍ଥାନ ବେଶ ଭଲ ପ୍ରଦର୍ଶନ କରିଥିଲେ ! ଅନ୍ୟପଟେ ଘରୋଇ ରାଜ୍ୟ ଓଡ଼ିଶା ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ! ଚାମ୍ପିଅନ ସିପର ଦ୍ଵିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ତାଙ୍କ ସହ ସମ୍ମାନୀୟ ଅତିଥି ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଓଡ଼ିଶା ଟାଇକୋଣ୍ଡ ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ଉପସ୍ଥିତ ରହି ଜୟଯୁକ୍ତ ହୋଇଥିବା ଖେଳାଳି ମାନଙ୍କୁ ସ୍ଵର୍ଣ୍ଣ, ରୌପ୍ୟ ଏବଂ କାନ୍ସ୍ୟ ପଦକ ପ୍ରଦାନ କରିଥିଲେ ! ଯେଉଁ ପ୍ରତିଯୋଗୀ ମାନେ ପଦକ ଜିତି ପାରିନାହାନ୍ତି ସେମାନେ ଆଗାମୀ ଚାମ୍ପିଅନଶିପରେ କିଭଳି ଭାବେ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଅତିଥି ମାନେ ସେମାନଙ୍କୁ ଉତ୍ସାହିତ କରିଥିଲେ ! ଏହି ଚମ୍ପିୟାନସିପର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପଦକ ଏବଂ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ ! କଟକ ଓଡିଶାରେ ଏହି ସର୍ବ ଭାରତୀୟ ପ୍ରତିଯୋଗିତା ସମ୍ପୂର୍ଣ ସଫଳ ହୋଇଥିବାରୁ ସଭାପତି ଓ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *