ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଶ୍ରୀରାମ ନବମୀ ଅବସରରେ ଯାଜପୁର ଟାଉନ ଠାରେ ବଜରଙ୍ଗ ଦଳ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଟାଉନ ଅଞ୍ଚଳ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ପ୍ରଖଣ୍ଡରୁ ବହୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଏହି ଶୋଭାଯାତ୍ରାକୁ ସଫଳ କରିଥିଲେ ।
ଯାଜପୁର ଟାଉନ ଠାରେ ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା !!!

