କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗାୟତ୍ରୀ ମହାଯଜ୍ଞ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକଡା ପଞ୍ଚାୟତ ଓଲଢ଼ି ଗ୍ରାମର ମା ମଙ୍ଗଳାଙ୍କ ପ୍ରାଙ୍ଗଣରେ ଗାୟତ୍ରୀ ପରିବାର ତରଫରୁ ଗାୟତ୍ରୀ ମହାଯଜ୍ଞ ସହ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ଶତାଧିକ ମହିଳା କଳସ ଶୋଭାଯାତ୍ରା ରେ ଯୋଗ ଦେଇଥିବା ବେଳେ ହୋମ ଯଜ୍ଞ ମନ୍ତ୍ର ପଢା ଦ୍ଵାରା ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଓଲଢ଼ି ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ସୁଚାର ରୂପେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l
ଗାୟତ୍ରୀ ମହାଯଜ୍ଞ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ !!!

