ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗ୍ରାମ ତରଙ୍ଗ ଫୁଡ଼ସ ଟେଷ୍ଟିଙ୍ଗ ଲ୍ୟାବୋରଟୋରିଜ ପ୍ରାଇଭେଟ ଲିମିଟେଡ଼ର ଉଦଘାଟନୀ ଉତ୍ସବ ! ଉତ୍କଳ ଦିବସ ଉପଲକ୍ଷେ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ଉଦଘାଟନି ସଭାର ଆୟୋଜନ କରା ଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଳକ ଅଧ୍ୟକ୍ଷ ଏନ ବୀର ରାଜୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ଡକ୍ଟର ଅନିତା ପାତ୍ର, ଅଧ୍ୟାପକ ଡକ୍ଟର ସୁବା ରାଓ, ଅଧ୍ୟାପିକା ଡକ୍ଟର ପ୍ରିଥା ଭଦ୍ରା ପ୍ରମୁଖ ମଞ୍ଚାସିନ ଥିଲେ । ଡିନ୍ (ପ୍ରଶାସନ) ଡକ୍ଟର ଏସ ପି ନନ୍ଦ, ନିର୍ଦ୍ଦେଶକ (ପ୍ରଶାସନ) ଡକ୍ଟର ଦୁର୍ଗା ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଶଙ୍କର ଜାତୀୟ ଶସ୍ୟ ଉତ୍ପାଦନ ସମ୍ପର୍କରେ ସମ୍ବୋଧନ କରିଥିଲେ । ରେଜିଷ୍ଟର ଡକ୍ଟର ଅନିତା ପାତ୍ର ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହ ଶଙ୍କର ଜାତୀୟ ଫସଲ ଉତ୍ପାଦନ ଏବଂ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାରେ ସଂପୃକ୍ତ ସମସ୍ତ ବୈଜ୍ଞାନିକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡକ୍ଟର ପ୍ରିଥା ଭଦ୍ରା ଗ୍ରାମ ତରଙ୍ଗ ଫୁଡ଼ ଟେଷ୍ଟିଙ୍ଗ ଲେବ୍ରୋରୋଟେରିଜ ପ୍ରାଇଭେଟ ଲିମିଟେଡ଼ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଏହା ପୂର୍ବ ଭାରତରେ ପ୍ରଥମ ଫୁଡ଼ ଟେଷ୍ଟିଙ୍ଗ ଲାବ୍ରୋରୋଟେରୀ ଯାହା ବିଭିନ୍ନ ଖାଦ୍ୟ ପଦାର୍ଥ ସମେତ ଗୋ ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟର ପରୀକ୍ଷଣରେ ସହାୟକ ହେବ ।
ଗ୍ରାମ ତରଙ୍ଗ ଫୁଡ଼ସ ଟେଷ୍ଟିଙ୍ଗ ଲ୍ୟାବୋରଟୋରିଜ ପ୍ରାଇଭେଟ ଲିମିଟେଡ଼ର ଉଦଘାଟନୀ ଉତ୍ସବ !!!

