ରାଜ୍ୟସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନିତ ହେଲେ ବାଲାରସେନ୍ ପାତ୍ର !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମାଧ୍ୟମିକ ସ୍କୁଲ ସ୍ତରରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଗୁଣାତ୍ମକ କରିବା ଉପରେ ପ୍ରବୀଣ ଶିକ୍ଷକ ବାଲାରସେନ୍ ପାତ୍ରଙ୍କୁ ମିଳିଛି ଶ୍ରେଷ୍ଠ ଶିକ୍ଷକ ସମ୍ମାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଖେଳପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ୮୮ ତମ ଉତ୍କଳ ଦିବସରେ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଶ୍ରୀଯୁକ୍ତ ପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ସହିତ ୨୫ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ବାଲାରସେନ୍ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଶ୍ରେଷ୍ଠ ଶିକ୍ଷକ ଭାବେ ସମ୍ମାନିତ ହୋଇଛନ୍ତି । ବର୍ତ୍ତମାନ ୪ର୍ଥ ଶ୍ରେଣୀରେ ପଢ଼ା ଯାଉଥିବା ଇଂଗ୍ରାଜୀ ପୁସ୍ତକର ସେ ଅନ୍ୟତମ ସମୀକ୍ଷକ ଅଟନ୍ତି । ଏମିତି ଦେଖିଲେ ସେ ଇଂଗ୍ରାଜୀରେ ପ୍ରଶିକ୍ଷକ ଭାବେ ରାଜ୍ୟ ଓ ଜିଲାସ୍ତରରେ କାର୍ଯ୍ୟକରି ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ଶ୍ରୀଯୁକ୍ତ ପାତ୍ର ମାଲାୟଲମ୍ ଭାଷାରେ ମଧ୍ୟ ରିଫ୍ରେସର ଅଟନ୍ତି । ଶିକ୍ଷାଦାନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରୁଥିବା ପରିପ୍ରେକ୍ଷୀରେ ଜାତୀୟ ସ୍ତରରେ ଆୟୋଜିତ ଅନେକ ସେମିନାରରେ ସେ ଯୋଗଦେବା ପାଇଁ ମନୋନୀତ ହୋଇଥିଲେ । ଅନ୍ୟପକ୍ଷରେ ପରିବେଶବିତ୍ ଭାବେ ମଧ୍ୟ ସେ ପ୍ରକୃତି ମିତ୍ର, ରୋଟାରୀ କ୍ଳବ ପକ୍ଷରୁ ନେସନ ବିଲଡ଼ର ସମ୍ମାନ, ପରମ୍ପରା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଶିକ୍ଷକ ବନ୍ଧୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *