୧୧୧୧ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା , କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ବରୁ ମହାମାରୀ କରୋନାର ସଂପୂର୍ଣ୍ଣ ବିନାଶ ହେବା ପର୍ଯ୍ୟନ୍ତ ସଚେତନତା ସୃଷ୍ଟି ନିମନ୍ତେ ସଂଗ୍ରାମ ଜାରି ରହିବ । ଆଜକୁ ଦୀର୍ଘ ୧୧୧୧ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଏଭଳି ସଂଗ୍ରାମ ଜାରି ରଖିଛନ୍ତି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୧୦ ଓ ୧୧୧୧ ପର୍ଯ୍ୟନ୍ତ ଦୁଇ ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କୁ କୋଭିଡ୍ କିଟ୍ ସହ ରିଲିଫ୍ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସର୍ବେଶ୍ଵର ଜେନା, ପ୍ରିତମ ମଲ୍ଲିକ, ସାଗର ଜେନା, ରାକେଶ ଜେନା ଆଦି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ , ବ୍ଲିଚିଂ, ଓ.ଆର.ଏସ, ଇଁସ୍ତା ଭେଜିଟେବୁଲ୍ ୱାସ୍ , ଡେଟେଲ, ଫିନାଇଲ୍ ଆଦି ସହ ଗରିବ ଏବଂ ଅସହାୟ ମାନଙ୍କୁ ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ଫଳ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ୭ ତାରିଖର ତଥ୍ୟ ଅନୁସାରେ ଆକ୍ଟିଭ କେସ ସଂଖ୍ୟା ୨୮,୩୦୩ (୦.୦୬%), ଚିକିତ୍ସାଳୟ ପରିତ୍ୟାଗ ସଂଖ୍ୟା ୪୪୧୮୫୮୫୮ (୯୮.୭୫%), ମୃତ୍ୟୁ ସଂଖ୍ୟା ୫୩୦୯୪୩ (୧.୧୯%) ରହିଥିବାର ସୂଚନା ମିଳିଛି । ତଥ୍ଯ ଅନୁଯାୟୀ ଏହି ସଂକ୍ରମଣ ଦୈନିକ ଭାରତରେ ୫,୦୦୦ରୁ ଉର୍ଦ୍ଧ୍ବ ରହୁଥିବାର ଉଲ୍ଲେଖ ଥିବାର ଦେଖିବାକୁ ମିଳିଛି । ଏଣୁ ଦେଶରେ ସଂପୂର୍ଣ୍ଣ ଭାବରେ ମହାମାରୀ କରୋନାର ଲୋପ ନ ହେବା ପର୍ଯ୍ୟନ୍ତ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *