କଳାପଥର ଜାଭିୟର ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : କଳାପଥର ଜାଭିୟର ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଇପ୍ସିତା ସିଂହ ଓ ଶ୍ରେୟାଂଶ୍ରୀ ପଣ୍ଡାଙ୍କ ପରିଚାଳନାରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । ଅଧ୍ୟକ୍ଷ ପ୍ରିୟବ୍ରତ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରୁକ ନାୟକ ଯୋଗଦେଇ ଶିଶୁମାନଙ୍କ ବୈଦ୍ଧିକ ଓ ମାନସିକ ବିକାଶ ପାଇଁ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ରହିଥିବା କଥା ନିଜ ବକ୍ତବ୍ଯରେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡଃ ଗଣେଶ୍ବର ସ୍ବାଇଁ ଯୋଗଦାନ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରଖିବା ନିମନ୍ତେ ଓ ନୈତିକ ଶିକ୍ଷା ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ବିଜୟ କୁମାର ନନ୍ଦ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷାବିତ ରାଜ କିଶୋର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ଶିକ୍ଷୟିତ୍ରୀ ମାନଙ୍କ ପରିଚାଳନାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରଷ୍କାର ପ୍ରଦାନ କରାଯିବା ସହ କୁନି କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ଛାତ୍ର ଦେବୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *