ବାଲି ଓଭର ଲୋଡିଙ୍ଗ ପ୍ରତି ନିଘା ନାହିଁ ବିଭାଗୀୟ କର୍ତ୍ତୃପକ୍ଷଙ୍କର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୀର୍ଘ ଦିନ ହେଲା ବାଲି ଓଭର ଲୋଡିଙ୍ଗ ଚାଲିଥିବା ବେଳେ ରାଜସ୍ବ ବିଭାଗ ସବୁଜାଣି ଚୁପ ବସିଛି । ଟ୍ରାକ୍ଟର ରେ ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରକାଶ ଥାଉ କି କାଶୀନଗର ରୁ ଟ୍ରାକ୍ଟରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲି ଓଭର ଲୋଡିଙ୍ଗ ଟ୍ରାକ୍ଟର ଯାତାୟାତ କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ସହରବାସୀଙ୍କୁ ଚକିତ କରିଛି । ସହରରେ ବାଲି ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଥିଲେ ମଧ୍ୟ ସମସ୍ୟାକୁ ଅଣଦେଖା କରୁଛି ବିଭାଗ । ଟ୍ରାକ୍ଟରରେ ତିନି ସିଏମ ନେବା ଜାଗାରେ ଛଅ ସିଏମ ନେଉଥିବା ର ଦେଖିବାକୁ ମିଳିଛି । ଏହି ଓଭର ଲୋଡିଙ୍ଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଙ୍କର ଦୃଷ୍ଟି ପଡିବ କେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *