ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଚାଇଲଡ ଲାଇନ ସକାଳ 5ଟା ସମୟ ରେ ଏକ ନାବାଳିକା କୁ ନୂଆଗାଁ ଷ୍ଟେସନ ରୁ ଉଦ୍ଧାର କରିଛି ! ନାବାଳିକା ଟି ବିଳମ୍ବିତ ରାତିରେ ଟ୍ରେନ ରେ ଆସି ନୂଆଗାଁ ରୋଡ ଷ୍ଟେସନ ରେ ବୁଲୁଥିବା ବେଳେ , ନୂଆଗାଁ ଷ୍ଟେସନ RPF ପିଲାଟିକୁ ଦେଖିବା ପରେ ତାକୁ ଷ୍ଟେସନ ରେ ବସାଇଥିଲେ ! ଚାଇଲଡ ଲାଇନ କୁ 1098ରେ ଖବର ଆସିବା ପରେ ଚାଇଲଡ ଲାଇନ ଟିମ ସେ ପିଲାକୁ ଉଦ୍ଧାର କରି ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହାଜର କରାଇ ଥିଲେ ! ନାବାଳିକା ଟିକୁ ସଖୀ କେନ୍ଦ୍ର ରେ ରଖା ଯାଇଛି ! ବୁଝିବା ପରେ ଜଣା ପଡିଲାକି ପିଲାଟି ହିନ୍ଦୀ ଭାଷାରେ କହୁଛି ଓ ଉତ୍ତର ପ୍ରଦେଶ ର ପ୍ରୟାଗ ରାଗ ବୋଲି ସେ ଜଣାଇଥିଲା ! ନୂଆଗାଁ ଷ୍ଟେସନ ମାଷ୍ଟ୍ର ସରୋଜ ରାଉତରାୟ, RPF ସୁବ୍ରତ ମହାରଣା ଓ ଚାଇଲଡ ଲାଇନ ର କାଉନଶିଲର ଚନ୍ଦ୍ରଶେଖର ବେହେରା ଓ ସୁଜାତା ବେହେରା ଉପସ୍ଥିତ ଥିଲେ !

