ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୬ ଜଣଙ୍କୁ ଗୁଡ ସାମରିଟିଆନ ସମ୍ବର୍ଦ୍ଧନା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଦୁର୍ଘଟଣା ଜନିତ ମୃତହତା ସପ୍ତାହ ପାଳନ ଅବସରରେ ଗୁଡ ସାମରିଟିଆନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହି , ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା, ଡ.ନୌସଦ୍ଦ ଅଲ୍ଲୀ ଖାଁ ଓ ସୁଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହିଥିଲେ । ଗତ ଏକ ସପ୍ତାହ ଧରି ଦୁର୍ଘଟଣା ଜନିତ ମୃତହତା ସପ୍ତାହ ପାଳିତ ହୋଇ ଆସୁଛି । ଚଳିତ ଥର ନୟାଗଡ଼ ଜିଲ୍ଲାରେ କୌଣସି ଦୁର୍ଘଟଣା ଜନିତ ମୃତ ହୋଇନାହିଁ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୁଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ନୟାଗଡ଼ ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ ଶୁନ ହୋଇଥିବାରୁ ପୋଲିସ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଏନଫୋର୍ସମେଣ୍ଟ ଟିମ, ସଚେତନ ନାଗରିକ ଓ ସମସ୍ତ ସାମ୍ବାଦିକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ସଚେତନତା ବାର୍ତା ଏଭଳି ଭାବେ ପହଞ୍ଚିଥିଲା ଯେଉଁଥିପାଇଁ ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ ଶୁନ ହୋଇଛି । କମ ବୟସର ପିଲାମାନେ ଗାଡ଼ି ଚଲାଇବା, ମଦ୍ୟପାନ କରି ଗାଡ଼ି ଚଲାଇବା ପରି ଘଟଣା କମ ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ସୁଚନା ଦେଇଥିଲେ । ଲୋକ ମାନଙ୍କୁ ସଚେତନତା କରାଇବା, ଦୁର୍ଘଟଣା ଜନିତ ଲୋକଙ୍କୁ ସାହାଯ୍ୟ କରିବା, ଜନ ସାଧାରଣ ମାନଙ୍କୁ ଦୁର୍ଘଟଣା ସମୟରେ ସାହାଯ୍ୟ ସହଯୋଗ କରିବା ନିମନ୍ତେ ଜନସାଧାରଣ ଙ୍କୁ ଆଗଭର ହୋଇ ସେବା କରିବା ଆରକ୍ଷୀ ଅଧୀକ୍ଷକ ଅଲେଖ ପହି କହିଥିଲେ । ଦୁର୍ଘଟଣା ଜନିତ ସୁଚନା ନିମନ୍ତେ ୧୬ ଜଣଙ୍କୁ ଗୁଡ ସାମରିଟିଆନ ସିକୃତି ପ୍ରଦାନ କରାଯାଇଛି । ଏହି ଅବସରରେ ସେମାନଙ୍କୁ ୨୦୦୦ ହଜାର ଟଙ୍କା ସହିତ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଛି । ସେମାନେ ହେଲେ ପ୍ରତାପ ଲେଙ୍କା, ଦିଲ୍ଲୀପ କୁମାର ସାହୁ, ସତ୍ୟବାଦୀ ସାହୁ, ବିକ୍ରମ କୁମାର ଦାସ, ସୁରେଶ କୁମାର ସାହୁ, ରଜତ କୁମାର ପ୍ରଧାନ, ବଭୁତି ଭୁଷଣ ପଣ୍ଡା, ବିରଞ୍ଚି ନାରାୟଣ ବେହେରା, ବାପିନା ନାୟକ, ବିଜୟ କୁମାର ମହାର, ସୌମ୍ୟରଞ୍ଜନ ରଥ, କରୁଣାକର ପରିଡ଼ା, ଲକ୍ଷ୍ମୀଧର ନାୟକ, ଅନ୍ତର୍ଯ୍ୟାମି ସାହୁ, କୃଷ୍ଣଚନ୍ଦ୍ର ସେନାପତି ଓ ଝୁନୁ ଖିଲାରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା !

Leave a Reply

Your email address will not be published. Required fields are marked *