ATM ଭାଙ୍ଗି ଲୁଟ କଲାବେଳେ ଫତେଗଡ ପୋଲିସ କବଜାରେ ଲୁଟେରା !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ମୁଖ୍ୟ ବଜାର ଉପକଣ୍ଠ ରେ ଥିବl ଗ୍ରାମ୍ୟ ବ୍ୟାଙ୍କ ଏଟିଏମ ରୁ ରାତି ରେ ଗୋଟେ ବଡ ଧରଣ ର ଲୁଟ ବେଳେ ଜଣକୁ କାବୁ କରି ଫତେଗଡ ପୋଲିସ ଅଟକ ରଖିଛି l ପୋଲିସ ର ସୂଚନା ଅନୁଯାୟୀ ରାତି ପ୍ରାୟ 12 ଟା ରେ ଗୋଟେ ଫୋନ କଲ ଆସିଥିଲା ଯେ ଏଟିଏମ ଘରେ କିଛି ଠକ ଠକ ଶୁଭୁଛି ! ଖବର ପାଇ ଭାପୁର ବିଟ ହାଉସ ଇନଚାର୍ଜ ଏସ ଆଇ ବିନୟ ରଞ୍ଜନ ପରିଡା ସେଠାରେ ପହଂଚି ଜଣକୁ କାବୁ କରିଥିଲେ ଓ ଅନ୍ୟ ଜଣେ ଖସି ପଳାଇଥିଲା l ପୋଲିସ ଆଜି ସିସି ଟିଭି ଯାଞ୍ଚ କରିବା ସହ ଅନ୍ୟ ଚୋର ଟିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି l ଭାପୁର ଅଂଚଳରେ ଏଭଳି ଏଟିଏମ କୁ ତାଡି ଚୋରି କରିବା ପ୍ରଥମ ଘଟଣା ଯାହା ଫଳରେ ଲୋକଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଛି l ଯେଉଁଠି ଏଟିଏମ ତାଡିବାକୁ ଦୁର୍ବୁତ୍ତ ପଛାଉନାହାନ୍ତି ସେଠି ଲୋକଙ୍କ ଧନ ଜୀବନ କେତେ ସୁରକ୍ଷିତ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଆଗାମୀ ଦିନରେ ପୋଲିସ ପେଟ୍ରୋଲିଙ୍ଗ ଓ ନାଇଟ ବ୍ଲକିଙ୍ଗ କୁ ଆହୁରି କଡା କରିବା ପାଇଁ ଭାପୁର ବାସି ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *