ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ – ୨୦୨୩ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ମଇ ୭ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବି ମାନଙ୍କୁ ନେଇ ହସି ହସାଅ ଆସରରେ ଜ୍ଞାନ ହୋତା, ସତ୍ୟାନାଶ, କୁଳାଙ୍ଗାର, ବୋଲଗଡ଼ ଏକ୍ସପ୍ରେସ, ମନ ମାଷ୍ଟ୍ରେ, ରବିନ୍ଦ୍ର ରାଉତ ସମେତ ୧୨ ଜଣ ବ୍ୟଙ୍ଗକାର ଯୋଗ ଦେବେ । ବିଶେଷ ଆକର୍ଷଣ ଭାବେ ଓଟିଭି ନ୍ୟୁଜଫିଉଜର ମନ ମତାଣିଆ ଉଦଘୋଷକ ହଇରେ ନାରଣ (ହୃଷିକେଶ) ଏବଂ ଚଳଚ୍ଚିତ୍ର ଓ ଟିଭି ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ବ୍ରଜ ସିଂ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ହସେଇ ହସେଇ ବେଦମ କରିଦେବେ ବୋଲି ଆଲୋଚନାରୁ ଜଣାପଡ଼ିଛି । ଶେଷରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ ପାଇବା ଯୋଗ୍ୟ ବିବେଚିତ ବ୍ୟଙ୍ଗ ବାଗିଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରିବା ସଙ୍ଗେ ସଙ୍ଗେ ନଗଦ ୨୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ସମ୍ପାଦକ ନିର୍ମଳ ଶୁରଦେଓ, କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପୂର୍ଣଚନ୍ଦ୍ର ଶତପଥୀ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ହାସ୍ୟରସିକ ମି. କାଳିଆ, ରବୀନ୍ଦ୍ର ରାଉତ ପ୍ରମୁଖ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଶିକ୍ଷକ ପ୍ରଦୀପ୍ତ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଶ୍ୱ ହାସ୍ୟ ଦିବସ ଏବଂ ହସି ହସାଅ ପ୍ରସ୍ତୁତି ବୈଠକ !!!

