ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉତ୍ସବ । ଦୁଇ ଦିନର କାର୍ଯ୍ୟକ୍ରମ , ମହାମହିମ ରାଜ୍ୟପାଳ କରିବେ ଉଦଯାପନ । କଟକ ସଦର ବ୍ଲକ ଅଞ୍ଚଳର କନ୍ଦରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ କରାଯିବ । ଏଥିପାଇଁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଆୟୋଜନ ନେଇ ଆଜି ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କର କହିଛନ୍ତି । ଆସନ୍ତା ୨୨ ତାରିଖରେ ଶୁଭ ଉଦଘାଟନ ହେବାକୁ ଥିବାବେଳେ ୨୩ ତାରିଖରେ ଉଦଯାପନ କାର୍ଯ୍ୟକ୍ରମ ରହିଅଛି । ଉଦଘାଟନ ଉତ୍ସବରେ ସଦର ତହସିଲଦାର ଡଃ ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି, ଇଂ. ଶ୍ରୀ ସନ୍ନ୍ୟାସୀ ଜୀ ମୁଖ୍ୟବକ୍ତା ଭାବେ ଯୋଗ ଦେବାକୁ ଥିବାବେଳେ, ତାଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି । ସେହିପରି ଉଦଯାପନ ଦିବସରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଉଥିବା ବେଳେ ତାଙ୍କ ସହିତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯାଇଥିବା ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ଵାଳ କହିଛନ୍ତି । ତତ୍ ସହିତ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ସମସ୍ତ ସଭ୍ୟ ଓ ଅନ୍ୟମାନଙ୍କୁ ଉପସଭାପତି ସନ୍ତୋଷ ତ୍ରିପାଠୀ , ସମ୍ପାଦକ ନବଘନ ରାଉତ , ସହ ସମ୍ପାଦକ ପ୍ରଭାତ ମଲ୍ଲିକ , ଉପଦେଷ୍ଟା ହୃଷୀକେଶ ଜେନା ପ୍ରମୁଖ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *