ନୟାଗଡ଼ରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନ କଳେଙ୍କାରୀ ଦୁର୍ନୀତି ତଦନ୍ତ ହେଲେ ଫସିବେ ବହୁ ବିଜେଡି ନେତା :- କଂଗ୍ରେସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଚୟନରେ କଳେଙ୍କାରୀ ଦୁର୍ନୀତି ସବୁ ସୀମା ଅତିକ୍ରମ କରି ସାରିଲାଣି, ସୁସ୍ଥ ସବଳ ମନେ ନିଜକୁ ବିଭିନ୍ନ ଶାରୀରିକ ବିକଳାଙ୍ଗ ଯଥା କାନକୁ ଶୁଭୁନି, ଆଖିକୁ ସାମାନ୍ୟ ଦୃଶ୍ୟମାନ ହେଉଥିବା, ସାମାନ୍ୟ ଗୋଡଭଙ୍ଗା ପାଇଁ ହୁଇଲ ଚେୟାର ରେ ଚଳପ୍ରଚଳ ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ସର୍ବନିମ୍ନ ୬0 ପ୍ରତିଶତ ଏବଂ ତଦୁର୍ଦ୍ଦ ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରି ବିଭିନ୍ନ ସରକାରୀ ନିଯୁକ୍ତି, ମଧୁବାବୁ ଭତ୍ତା, ରାସନ କାର୍ଡ, ଆବାସ ଗୃହ ଏପରିକି ସ୍ୱତନ୍ତ୍ର ଶ୍ରେଣୀ ଠିକାଦାରୀ ଲାଇସେନ୍ସ ହାତେଇ କୋଟିକୋଟି ଟଙ୍କା ସରକାରୀ ଅର୍ଥରାଶି ଚୂନ ଲଗାଇ ସାରି ଥିବା ଅଭିଯୋଗ କରି ଏହାର ତଦନ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଟୁଇଟ କରି ଦାବୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ, ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦ୍ୱାରା ନିଯୁକ୍ତି ପାଇଥିବା ଶିକ୍ଷକ, ଆରଆଇ, ଅମିନ, ଜିଆରଏସ, କୃଷକ ସାଥି ଏବଂ ଠିକାଦାର ଲାଇସେନ୍ସ ହାତେଇଥିବା ଜାଲିଆ ହିତାଧିକାରୀଙ୍କ ନିରପେକ୍ଷ ତଦନ୍ତ ହୁଏ ତେବେ ବହୁ ବିଜେଡି କୁଜିନେତା ଫସିବା ନିଶ୍ଚିତ ବୋଲି ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି l ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିବାର ଦୁଇବର୍ଷ ପରେ ରିଭ୍ୟୁ କରାଯିବା ଆଇନରେ ବ୍ୟବସ୍ଥା ଥିବା ବେଳେ ନୟାଗଡ଼ ଜିଲ୍ଲାରେ ତାହା କରାଯାଉ ନଥିବା ଶ୍ରୀ ଦାଶ ଜିଲ୍ଲା ମେଡିକାଲ ବୋର୍ଡ କୁ ଟାର୍ଗେଟ କରିଛନ୍ତି, ପ୍ରତ୍ୟେକ ଦିବ୍ୟାଙ୍ଗ ଜାଲି ମିଥ୍ୟା ସାର୍ଟିଫିକେଟ ଦେବା ପାଇଁ ମୁଖ୍ୟ ଚିକିତ୍ସାଳୟରେ ୧୦ ରୁ ୨୦ ହଜାର ଟଙ୍କା ଖୁଲମଖୁଲା ନିଆଯାଉଛି ଏବଂ ଏଥିପାଇଁ ଏକ ରାକେଟ କାର୍ଯ୍ୟ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି l କାନକୁ ସାମାନ୍ୟ ଶୁଭିବା, ଆଖିକୁ କମ ଦୃଶ୍ୟମାନ ଭଳି ମିଥ୍ୟା ରିପୋର୍ଟରେ ୬0 ରୁ ୭0 ପ୍ରତିଶତ ଶାରୀରିକ ବିକଳାଙ୍ଗ ଜାଲି ପ୍ରମାଣପତ୍ର ବଳରେ ବହୁ ବିଜେଡି କୁଜିନେତା ସ୍ୱତନ୍ତ୍ର ଠିକାଦାର ଲାଇସେନ୍ସ ହାସଲ କରି ଆଜକୁ ବର୍ଷବର୍ଷ ଧରି କୋଟିକୋଟି ଟଙ୍କାର ସରକାରୀ କାର୍ଯ୍ୟ ଠିକା ପାଇବା ସାଙ୍ଗକୁ ଅରନେଷ୍ଟ ଟଙ୍କା ଜମା ଏବଂ ସିକୁରିଟି ଅର୍ଥରାଶି ଜମା ଉପରେ ରିହାତି ପାଇ ଚାଲିଛନ୍ତି ଯାହା ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ କ୍ଷତି ବଢ଼ିବଢ଼ି ଚାଲିଛି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି l ତେଣୁ ନୟାଗଡ଼ରେ ଦିବ୍ୟାଙ୍ଗ ହିତାଧିକାରୀ ଚୟନରେ କଳେଙ୍କାରୀ ଦୁର୍ନୀତି ର ନିରପେକ୍ଷ ତଦନ୍ତ ପାଇଁ ଆମେ ରାଜ୍ୟ ସରକାରଙ୍କୁ ଟୁଇଟ କରି ଜଣାଇଛୁ, ଯଦି ସରକାର ତଦନ୍ତ କରାଇବେ ନାହିଁ ତେବେ ଏଥିରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପାଇଁ ଯାଚିକା ମାଧ୍ୟମରେ ପ୍ରାର୍ଥନା କରିବୁ ବୋଲି ଶ୍ରୀ ରଣଜିତ ଦାଶ ପ୍ରେସବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l

Leave a Reply

Your email address will not be published. Required fields are marked *