ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ଅବସରରେ ଲଙ୍ଗଳ ବୁଲାଇଲ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି । ରାୟଗଡା ଉପଖଣ୍ଡ କଲ୍ୟାସିଂପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର କୃଷି ଫlର୍ମରେ ଜିଲ୍ଳାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ଉପଜିଲ୍ଲାପାଳ ଭୀମସେନ ଶବର ଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ଅଖି ମୁଠି ଅନୁକୂଳ କରିବା ସହ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ଭୂମି ପୂଜାର୍ଚ୍ଚନା କରାଯିବା ପରେ ଉପଜିଲ୍ଲାପାଳ ଶ୍ରୀ ଶବର ,ନାରାୟଣପୁର ଓ ବୁଡଗୁଡା ସରପଞ୍ଚ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପ ନିର୍ଦେଶକ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଓ ଅନ୍ୟାନ୍ୟ ଅତିଥି ମାନେ ଅଖିମୁଠି ଅନୁକୂଳ କରି ଲଙ୍ଗଳ ବୁଲାଇଥିଲେ । ପରେ ଜିଲ୍ଳା କୃଷି ବିଭାଗ ଆନୁକୂଲ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଦୁଇଜଣ ଅଗ୍ରଣୀ ଚାଷୀ ଶ୍ରୀରlମ ବାବୁ ଏବଂ ଜlମି ହୁଇକାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।
ଜିଲ୍ଲାସ୍ତରୀୟ କୃଷକ ଦିବସରେ ଅକ୍ଷି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

