ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ଅନୁଷ୍ଠିତ ବାଇକ ଶୋଭାଯାତ୍ରାରେ କିଛି ଅଣହିନ୍ଦୁ ଶୋଭାଯାତ୍ରାକାରୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଅଣହିନ୍ଦୁ୍ ସମ୍ପ୍ରଦାୟର ଲୋକ ଯୋଜନାବଧ ଭାବେ ଢେଲା ମାଡ଼ କରିଥିଲେ । ଏହି ଢେଲା ମାଡରେ ଶୋଭାଯାତ୍ରା ରେ ଥିବା ଅନେକ ହିନ୍ଦୁ ଯୁବକ ଓ ଶୋଭାଯାତ୍ରାରେ ନିୟୋଜିତ ପୋଲିସ ଗୁରୁତର ଆହତ ହେବା ସହିତ ଜଣେ ହିନ୍ଦୁ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁକିନ୍ଦା ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟର ସୁକିନ୍ଦା ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଆରଏସଏସ ସୁକିନ୍ଦା ଖଣ୍ଡ କାର୍ଯ୍ୟବାହ ବାଉରୀବନ୍ଧୁ ବାରିକ, ଜିଲ୍ଲା ଗୋସେବା ପ୍ରମୁଖ ପଦ୍ମନାଭ ମଲ୍ଲିକ, ଜିଲ୍ଲା ବଜରଙ୍ଗ ଦଳ ବଳ ଉପାସନା ପ୍ରମୁଖ ଯିଜ୍ଞାସୁ ସାହୁ , ବନବାସୀ କଲ୍ୟାଣ ଆଶ୍ରମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଅନେକ ହିନ୍ଦୁ ଯୁବକ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।
ସମ୍ବଲପୁର ଘଟଣା ନେଇ ସୁକିନ୍ଦା ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ !!!

