କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବର୍ତମାନ ର ବିଜ୍ଞାନ ଯୁଗରେ ଏବେ ବି କିଛି ଲୋକ ଅନ୍ଧବିଶ୍ୱାସ ର ଶିକାର ହେଉଛନ୍ତି ! ଏପରିକି ହରାଉଛନ୍ତି ସେମାନଙ୍କ ବହୁ କଷ୍ଟ ଅର୍ଜିତ ଧନ ! ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଭଳି ଜାଗାରେ ! କଟକ ମଙ୍ଗାଳାବାଗ ଥାନା କେଶରପୁର ଅଞ୍ଚଳର ମୁଲାନା କୋଫି ନାମକ ଜଣେ ବ୍ୟକ୍ତି ନିଜକୁ ଏଜ ପ୍ରତିଷ୍ଠିତ ତାନ୍ତ୍ରିକ ବୋଲାଇ କଟକ ଭଦ୍ରକ ସମେତ ଓଡ଼ିଶାର ଅନେକ ଅଞ୍ଚଳର ଲୋକ ମାନଙ୍କୁ ସୁନା ,ରୁପା ,ଅଳଙ୍କାର ଥିବା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ! ମଙ୍ଗଳାବାଗ ଅଞ୍ଚଳର ଶର୍ମିଳା ସେନ ନାମକ ଜଣେ ମହିଳା କଟକ ଡିସିପି ଙ୍କ ନିକଟରେ ଅଭିଯୋଗ କରିବା ପରେ , ମଙ୍ଗଳାବାଗ ଥାନା ଭଣ୍ଡ ବାବା ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ! ଗିରଫ ବାବା ଙ୍କ ନିକଟରୁ ୨ ଟି ଦାମୀ କାର, ଗୋଟିଏ ବୁଲେଟ୍, ୨ ଲକ୍ଷ ୭୬ ଟଙ୍କା, ବହୁ ପରିମାଣର ନୂଆ ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ମଙ୍ଗଳବାଗ ପୋଲିସ ! ବାବା ଜଣଙ୍କ ପ୍ରଥମେ ଲୋକଙ୍କୁ ତାଙ୍କ ଜାଲରେ ଫସେଇବା ପରେ ଲୁଟୁଥିଲେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର !
ଭଣ୍ଡ ବାବାଙ୍କ କଳା କାରନାମା ର ଗୁମର ଖୋଲିଲା ମଙ୍ଗଳାବାଗ ପୋଲିସ !!!

