କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରେଳ ଦୁର୍ଘଟଣାରେ ଯୁବକ ମୃତ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଭୁଜୁଭୋଳ ଗ୍ରାମର ମନୋଜ କୁମାର ଜେନା ଆଜି ପାରାଦ୍ୱୀପ – ହରିଦାସପୁର ରେଳ ଧାରଣା ଦେଇ ନିଜ ଚାଷ ଜମି କୁ ଚାଲି ଚାଲି ଯାଉଥିବା ସମୟରେ ରେଳ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ବୟସ 26 ବର୍ଷ ହୋଇଥିବା ବେଳେ , ଚାଷ ଜମି ଦେଖିବା ପାଇଁ ସେ ଯାଉଥିଲେ ! ରେଳ ଧାରଣା ଦେଇ ସେ ଚାଲିଚାଲି ଯିବା ତାଙ୍କୁ ମହଙ୍ଗା ପଡିଲା ! ହଠାତ ଟ୍ରେନ ଆସିଥିବାରୁ ସେ ଠିକ ସମୟରେ ରେଳ ଧାରଣା ପାର ହୋଇ ନ ପାରିବାରୁ ଘଟିଥିଲା ଅଘଟଣ । ଦୁର୍ଘଟଣା ସମ୍ପର୍କରେ ଶୁଣି , ଘଟଣା ସ୍ଥଳରେ ମୃତକ ଙ୍କ ପରିବାର ପହଂଚି ଶବ କୁ ଉଦ୍ଧାର କରିଛନ୍ତି ।
ରେଳ ଦୁର୍ଘଟଣାରେ ଯୁବକ ମୃତ !!!

