କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ବିଶ୍ଵ ମାନବ ଅଧିକାର ପରିଷଦ ଦ୍ଵରା ଆୟୋଜିତ ୫ମ ଜାତୀୟ ସମ୍ମାନ ପ୍ରଦାନ ମହୋତ୍ସବ – ୨୦୨୩ ଲକ୍ଷ୍ନୌ ସ୍ଥିତ ଉର୍ଦ୍ଧୁ ଏକାଡେମି ପରିସରରେ ଅନୁଷ୍ଠିତ ହୋଇଯାଇଛି ! ସମାଜସେବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ଵତ ସାଧକ ଵୟାଳିଶମୌଜା ନିବାସୀ ତଥା ବିଶ୍ବ ମାନବାଧିକାର ପରିଷଦ ରାଜ୍ୟ ଆବାହକ ପ୍ରଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲାଙ୍କୁ ସମ୍ମାନ ଜନକ ଭାରତ ଗୌରବ ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକର୍ମରେ ବିଶ୍ଵ ମାନବ ଅଧିକାର ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ଏ.ଏମ.ଅନସାରି, ରାଜ୍ୟମନ୍ତ୍ରୀ ଦାନିସ ଆଜାଦ ଅନସାରୀ, ସିନେ କଳାକାର ଅନିଲ ରସ୍ତୋଗି, ପରହାନା ଫାତେମା, ମୌଲାନା ଅନୱାରୁଲ ହଗ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଭାରତ ବର୍ଷର ବିଭିନ୍ନ ରାଜ୍ୟ ସହ ନେପାଳରୁ ବିଶ୍ବ ମାନବାଧିକାର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।