ତମାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାୟଗଡା ଜିଲ୍ଲା ରାଜ୍ୟରେ ପ୍ରଥମ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାରେ ବିଶ୍ୱ ତମାଖୁ ନିବାରଣ ଦିବସ ପାଳିତ ! ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ତମାଖୁ ନିବାରଣ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ଏଲ ଏନ ରାଜୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା ବି ଏଲ ଏନ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ ଏବଂ ଟିବି) ଡା ମମତା ସାହୁ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ ) ଡା ମମତା ଚୌଧୁରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ, ସହକାରୀ ପରିଚାଳକ (ଅଣ ସଂକ୍ରାମକ ରୋଗ ) ଶ୍ରୀମତୀ ସଂଯୁକ୍ତା ବାଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବିଶ୍ୱ ତମାଖୁ ନିବାରଣ ଦିବସ ପାଳନ ଅବସରରରେ ଅଂଶ ଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଡକ୍ଟର ଭି ଏଲ୍ ଏନ ରାଜୁ ସଚେତନତାର ବାର୍ତା ଦେଇ କହିଥିଲେ ଯେ ତମାଖୁ ମୁକ୍ତ ସମାଜ ସୃଷ୍ଟି କରିବା ସମସ୍ତ ବ୍ୟକ୍ତିବିଶେଷ ଙ୍କ ଦାୟିତ୍ୱ | ଯୁବକ ମାନଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ତମାଖୁ ଦ୍ରବ୍ୟ ବ୍ୟବହାର ବନ୍ଦ କରିବା ଚେଷ୍ଟା କରିବାରେ ସାହାଯ୍ୟ କରିପାରିବେ | ଆମେ ହିଁ ପରିବର୍ତନ ର ସ୍ୱର ର ଆରମ୍ଭ କରି ତମ୍ବାଖୁ ନିବାରଣ କରିପାରିବା | ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ଏବଂ ଜିଙ୍ଗଲ ପ୍ରତିଯୋଗିତା ହୋଇଥିଲା, ଆମକୁ ଖାଦ୍ୟ ଦରକାର, ତମାଖୁ ନୁହେଁ ବିଷୟ ଵସ୍ତୁ ଉପରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ପ୍ରତିଯୋଗୀ ମାନଙ୍କୁ କାର୍ଯ୍ୟକ୍ରମ ଶେଷରେ ପୁରସ୍କୃତ କରାଯାଇଥିଲା | ଏଠାରେ ଉଲ୍ଳେଖ୍ୟଯୋଗ୍ୟ ଯେ, ତମାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟସ୍ତରରେ ଡା ଲାଲମୋହନ ରାଉତରୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଡ ଅଜିତ କୁମାର ମହାନ୍ତି , ସ୍ୱତନ୍ତ୍ର ସଚିବ ( ଜନ ସ୍ୱାସ୍ଥ୍ୟ ) ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ |

Leave a Reply

Your email address will not be published. Required fields are marked *