କେନ୍ଦ୍ରାପଡା ରେ ହାଉସ ଲିଫ୍ଟ ସିଷ୍ଟମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଜ୍ୟାକ ମଧ୍ୟରେ ଛିଡା ହେଲା ଘର । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ , ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଏହା ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ସମ୍ଭବ ହୋଇ ପାରିଛି । ଜ୍ୟାକ ସାହାଯ୍ୟରେ ଏକ ଦୁଇ ମହଲା କୋଠାକୁ 4 ଫୁଟ ଉପରକୁ ଉଠାଯାଇଛି । ଏଥିପାଇଁ 300ଟି ଜ୍ୟାକ ବ୍ୟବହାର କରାଯାଇଥିବା ବେଳେ 20 ଜଣ ଶ୍ରମିକ ଏହାକୁ ସମ୍ଭବ କରି ଦେଖାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ବଜାର ରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ବର୍ଷା ଦିନେ ପାଣିରୁ ବଞ୍ଚିବା ପାଇଁ ଘର ମାଲିକ ଚିତ୍ତରଞ୍ଜନ ବିଭିନ୍ନ ବିକଳ୍ପ ଖୋଜିଥିଲେ । ୟୁଟୁବ ରୁ ଦେଖିଲା ପରେ କୋଠା ଘରକୁ ମାଟି ତଳୁ ଉଠାଇବା ପାଇଁ ଯୋଜନା କରିଥିଲେ । ବର୍ତମାନ ସମୟରେ 20 ବର୍ଷର ପୁରୁଣା ଦୁଇ ମହଲା ଘର ଜ୍ୟାକ ସାହାଯ୍ୟରେ 4 ଫୁଟ ଉପରକୁ ଉଠି ସାରିଛି । ଏଥିରେ କୌଣସି ସମସ୍ୟା ମଧ୍ୟ ଦେଖା ଯାଇନାହିଁ । ଜ୍ୟାକ ମଧ୍ୟରେ କୋଠ ଘରକୁ ଉପରକୁ ଉଠାଇବା ପୂର୍ବରୁ କଟକ ଏବଂ ଭୁବନେଶ୍ୱର ରେ ଦେଖିବାଳୁ ମିଳିଥିବା ବେଳେ ଏବେ କେନ୍ଦ୍ରାପଡ଼ାରେ ଏହି ଦୃଶ୍ୟ ସମସ୍ତକୁ ଚକିତ କରିଛି ।

Leave a Reply

Your email address will not be published. Required fields are marked *