ଚର୍ଚ୍ଚାରେ ସିନେ କଳାକାର ବବି ମିଶ୍ର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଚର୍ଚ୍ଚାରେ ସିନେ କଳାକାର ବବି ମିଶ୍ର ! ମାନବିକତାର କର୍ତ୍ତବ୍ୟ ପାଳନ କରି, ଆଜି ଚର୍ଚ୍ଚାରେ ସିନେ କଳାକାର ବବି ମିଶ୍ର । ବାଲେଶ୍ଵର ରେଳ ଦୁର୍ଘଟଣାରେ କଟକ ବଡ ମେଡିକାଲ କୁ ଚିକିତ୍ସା ପାଇଁ ଆସିଥିବା ଆହତ ଓ ମେଡ଼ିକାଲ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କୁ ଶୁଖିଲା ଖାଦ୍ୟ ତଥା ପାଣି ବୋତଲ ବାଣ୍ଟି ଚର୍ଚ୍ଚାରେ ବବି ମିଶ୍ର ! ଏହି ଦୁଃଖଦ ଘଟଣା ପରେ ଦେଶର କୋଣ ଅନୁକୋଣରୁ ସାଧାରଣ ଜନତା ଓ ବିଭିନ୍ନ ସଙ୍ଗଠନ ମାନେ ସହଯୋଗର ହାତ ବଢ଼ାଇଥିବା ବେଳେ, ସିନେ କଳାକାର ମାନେ ଏଥିରୁ ବାଦ୍ ପଡି ନାହାନ୍ତି ! ଆଜି ସିନେ ଅଭିନେତା ବବି ମିଶ୍ର SCB ମେଡିକାଲକୁ ଯାଇ, ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପାଇଁ ଆସିଥିବା ଆହାତ ମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏହା ବ୍ୟତୀତ ଚିକିତ୍ସାଧୀନ ଆହାତ ଯାତ୍ରୀ ଓ ପ୍ରଚଣ୍ଡ ଖରା ତାତିରେ ଅସମ୍ଭାଳ ଭିଡ ନିୟନ୍ତ୍ରଣ କରୁଥିବା ସୁରକ୍ଷା କର୍ମୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରିଥଲେ । ରାଜ୍ୟ ତଥା ରାଜ୍ୟ ବାହାରର ଅସହାୟ ଆହାତ ମାନଙ୍କୁ ଘରକୁ ପହଞ୍ଚାଇବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବବି ମିଶ୍ର !! ପରିଚୟ ମିଳି ପାରି ନଥିବା ଆହାତ ମାନଙ୍କ ପରିଚୟ ଓ ଠିକଣା କିପରି ମିଳି ପାରିବ ସେଥିପାଇଁ ପ୍ରାୟାସ କରିବେ ବୋଲି ସୁଚନା ମିଳିଛି । ଏଥିପାଇଁ ବବି ନିଜ ପରିଚୟ ଓ ନିଜ ନେଟୱର୍କ ଲଗାଇବେ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ ରେ ରେ ବବି ମିଶ୍ରଙ୍କୁ ନିର୍ଦ୍ଦେଶକ ଜିତୁ ରାଉତ୍ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *