ଡ଼ଃ ବାଞ୍ଜାରି ଗ୍ରାମରେ ବାଲ୍ ମୁକୁନ୍ଦ କେନ୍ଦ୍ର ତରଫରୁ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି ଗୋଷଣି ବ୍ଲକ ଡ଼ଃ ବାଞ୍ଜରି ଗ୍ରାମର ଶବର ସମାଜ କଲ୍ୟାଣ ସମିତିର ସତସଙ୍ଗ ଗୃହରେ ସତସଙ୍ଗର ଉପଦେଷ୍ଟା ଗଙ୍ଗାଧର ଶବର ଓ ପୂର୍ବତନ ସଭାପତି ରାମ ଶଙ୍କର ଶବର ଦ୍ୱୟଙ୍କ ସହଯୋଗରେ ‘ପ୍ରାଥମିକ ସଂସ୍କାର’ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଥମେ ଶିଶୁ ମାନଙ୍କର ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ଗୁଡ଼ିକ ଆଲୋଚନା ପରେ ଉମା ଶବରଙ୍କୁ ପ୍ରତି ରବିବାର ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ତୁଲାଇବା ପାଇଁ ମନୋନୀତ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ କୁମାରୀ ଶବର ସୁନ୍ଦର ଭଜନ ପରିବେଷଣ କରିଥିଲେ । ଶେଷରେ ସଂଯୋଜକ ଶିଶୁମାନଙ୍କ ନିମନ୍ତେ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ନିକଟରେ ସକଳ ପ୍ରମାଦରୁ ଅବଶ୍ୟ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *