ବିଶିଷ୍ଟ ସମାଜସେବୀ ପ୍ରଲୋପ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ପଞ୍ଚପୁଷ୍ପ କଳା ସଂସଦ କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ କଟକ ଠାରେ ଅନୁଷ୍ଠିତ ହୋଇଥିବା ଶାସ୍ତ୍ରୀୟ ସଙ୍ଗୀତ ଓ ଚିତ୍ରକଳା ସମାରୋହ – ୨୦୨୩ରେ କଟକ ସଦର ବୟାଳିଶ ମୌଜା ଉପକଣ୍ଠ କୂଳସରିଚୁଆଁ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା କନ୍ଦରପୁର ସରସତୀ କଳା ପରିଷଦର ଉପଦେଷ୍ଟା ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍ ପ୍ରଲୋପ ନାରାୟଣ ମହାପାତ୍ର ଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ସମ୍ବର୍ଦ୍ଧିତ କରାଯାଇଛି । ସଂସଦର ସଂପାଦକ ବରିଷ୍ଠ ନୃତ୍ୟଶିଳ୍ପୀ ଶରତ ଚନ୍ଦ୍ର ଉତ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସଭାପତି ଅକ୍ଷୟ କୁମାର ନାୟକ, ସଙ୍ଗୀତଜ୍ଞ ଅରୂପ ଲାଲ୍ ଘୋଷ, ଗୀତିକାର ଦେବେନ୍ଦ୍ର ନାଥ ବାରିକଙ୍କ ସହ ବହୁ କାର୍ଯ୍ୟକର୍ତ୍ତା, ଓଡିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ । ସାରସ୍ଵତ ସାଧକ ପ୍ରଲୋପଙ୍କ ଏହି ସଫଳତା ନେଇ ସରସତୀ କଳା ପରିଷଦ ପକ୍ଷରୁ ସଂପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, ପ୍ରଧ୍ୟାପକ ପ୍ରଫୁଲ୍ଲ ଦାସ, ଅଭିନେତା ଦୈତାରି ପ୍ରଧାନ, ରଶ୍ମୀ ରଞ୍ଜନ ଶତପଥୀ, କିଶନନଗର ଶିଶୁ ମଙ୍ଗଳ କ୍ଲବ ସଭାପତି ସତ୍ୟ ରଞ୍ଜନ ବାରିକ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଧିବାସୀ ମାନଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *