ନିର୍ଯ୍ୟାତନା ସହି ନ ପାରି ବୋହୁ ଫେରାର : ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କଲେ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି | ଏଭଳି ଏକ ଘଟଣା ଭିତରେ ଘରର ବୋହୁ ପରିବାରର ନିର୍ଯ୍ୟାତନା ସହି ନ ପାରି କୁଆଡ଼େ ଫେରାର ହୋଇ ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ଝିଅର ବାପା ବାଲୁଙ୍କେଶ୍ୱର ବେହେରାଙ୍କ କହିବା ଅନୁସାରେ ବାଲିଗୁଡ଼ା ଥାନା ଜକିସାହି ଠାରେ ହରିହର ଡାକୁଆଙ୍କ ଘରେ ତାଙ୍କ ଝିଅ ଅଞ୍ଜନା ବେହେରା ଆଜିକୁ ଚାରି ବର୍ଷ ହେଲା ବିବାହ କରିଥିଲା | ବିବାହ ହେବାର ଏକ ବର୍ଷ ପରେ ଝିଅକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ତା୬ /୬ /୨୩ ରିଖ ଦିନ ମୋ ସ୍ବାମୀ, ଶଶୁର ଓ ପରିବାର ଲୋକ ଏକତ୍ରିତ ହୋଇ ତାକୁ ରକ୍ତାକ୍ତ ମାଡ଼ ମାରିଥିଲେ ଓ ପୁଅକୁ କୋଳରୁ ଛଡ଼େଇ ନେଇ ଘରୁ ତଡି ଦେଇଥିଲେ ବୋଲି ଏ ଖବର ଝିଅ ବାପାଙ୍କୁ ଜଣାଇଥିଲେ l ଖବର ପାଇ ସଙ୍ଗେ ସଙ୍ଗେ ବାପା ଆସି ଝିଅକୁ ଖୋଜିଥିଲେ କିନ୍ତୁ ଝିଅକୁ ନ ପାଇବାରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ମିସିଙ୍ଗ କେଶ ନଂ. ୨୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା କହିଛନ୍ତି l

Leave a Reply

Your email address will not be published. Required fields are marked *