ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲାବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ସାମୂହିକ ବିକାଶ ତଥା ମନ୍ଦିର ଓ ଚର୍ଚ୍ଚ ନବୀକରଣ ନିମନ୍ତେ ୧୮ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର ! ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ଜିଲ୍ଲା ବାସୀ ! ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଗତ ମଇ ମାସ ୯ ଓ ୧୦ ତାରିଖ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ । ଏହି ଦୁଇ ଦିନିଆ ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକା ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଲୋକେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଲୋକଙ୍କ ସାମୂହିକ ବିକାଶ ପାଇଁ ଶ୍ରୀ ପାଣ୍ଡିଆନ୍ ଗୁରୁତ୍ୱ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଥମ ପର୍ଯ୍ୟାୟରେ ସଦର ମହକୁମା ପାରଳାଖେମୁଣ୍ଡି ପାଇଁ ବିଭିନ୍ନ ମଠ ମନ୍ଦିର, ମସଜିଦ ଓ ଚର୍ଚ୍ଚ ପାଇଁ ମୋଟ ୧ କୋଟି୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି, ସେହିପରି ଗୋଷାଣି ବ୍ଲକର ବିଭିନ୍ନ ମଠ ମନ୍ଦିର ଓ ଚର୍ଚ୍ଚ ଗୁଡିକର ନବୀକରଣ ବା ମରାମତି ନିମନ୍ତେ ୧.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ସେହିପରି ଗୁମ୍ମା ବ୍ଳକ ପାଇଁ ୧ କୋଟି ୩୩ ଲକ୍ଷ ଟଙ୍କା ମଞ୍ଜୁର ପ୍ରଦାନ କରିଛନ୍ତି ! ସେହିପରି କାଶୀନଗର ବ୍ଲକ ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି, ସେହିପରି କାଶୀନାଗର ବିଜ୍ଞାପିତ ଅଞ୍ଚଳ ପାଇଁ ୬୦ଲକ୍ଷ ପ୍ରଦାନ କରିଛନ୍ତି । ମୋହନା ବ୍ଲକ କୁ ୪କୋଟି ୩୫ଲକ୍ଷ ପ୍ରଦାନ କରାଯାଇଥିବା ବେଳେ ନୂଆଗଡ ବ୍ଲକ କୁ ୨ କୋଟି ୭୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହିପରି ଆର ଉଦୟଗିରି ବ୍ଲକ କୁ ୨ କୋଟି ୩୮ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ରାୟଗଡ ବ୍ଲକ କୁ ୨ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଜିଲ୍ଲାକୁ ମୋଟ ସମୁଦାୟ ୧୮ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ୧.୫୫କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାର ୧୩ ତମ ପର୍ଯ୍ୟାୟର ୨୦୨୩-୨୪ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବାର ଜଣାପଡିଛି । ଅର୍ଥ ମଞ୍ଜୁର ଘୋଷଣା ହେବା ପରେ ଉଭୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଅଞ୍ଚଳବାସୀଙ୍କ ସମେତ ଜିଲ୍ଲା ବିଜେଡି ନେତୃବୃନ୍ଦ । ଗଜପତି ଜିଲ୍ଲାକୁ ଶ୍ରୀ ପାଣ୍ଡିଆନ ଠିକ୍ ମଇ ୯ ଓ ୧୦ତାରିଖରେ ଗସ୍ତ କରିଥିବା ବେଳେ ଏକ ମାସ ପୂର୍ତ୍ତି ନ ହେଉନୁ ଲୋକଙ୍କ ସାମୂହିକ ବିକାଶ ବା ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ପ୍ରଥମେ ଟଙ୍କା ମଞ୍ଜୁର କରିଥିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏନେଇ ଆଜି ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଗୋଷାଣି ବ୍ଲକର ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *