ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ଖରିଫ ଋତୁ ଧାନ ଚାଷ ସକାଶେ ଧାନ ବିହନ ବିକ୍ରି ବଟା ଆରମ୍ଭ ହୋଇଯାଇଛି । ସୋସାଇଟି ଏବଂ ଡିଲର ଙ୍କ ଜରୀଆରେ ପଞ୍ଜିକୃତ ଚାଷୀ ରିହାତି ଦରରେ କିଣି ପାରିବେ ସରକାରୀ ବିହନ ! ଗୋଦାମରୁ ଧାନ ଉଠ।ଣ ଆରମ୍ଭ ହେଲାଣି । ସହକାରୀ ବିହନ ଉତ୍ପାଦନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିହନ ବିକ୍ରି ବଟ। ଚାଲିଛି । ତା ସାଙ୍ଗକୁ ଧନୀଚା ମଧ୍ୟ ରିହାତି ଦର ରେ ବିକ୍ରି ବଟା ଚାଲିଛି ! ଚାଷୀ ଧାନ ବିହନ ସାଙ୍ଗକୁ ଧନୀଚା କିଣି ଉପକୃତ ହୋଇପାରିବେ ବୋଲି ସରକାରଙ୍କ ଲକ୍ଷ୍ୟ ! କିନ୍ତୁ ବିହନ ଚଢା ଦରରେ ବା କଳା ବଜ଼ାରି ହେଲେ କୃଷି ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।ଯିବାର ବ୍ୟବସ୍ଥା ରହିଛି ।