ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ବିଜେପି ପକ୍ଷରୁ ସୁକିନ୍ଦା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ମନମୁଖୀ କାର୍ଯ୍ୟ ଓ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ତଥା ଗ୍ରାହକ ଶୋଷଣ ନୀତି ବିରୋଧରେ ଆଜି ସୁକିନ୍ଦା ବିଜେପି ଦଳ ପକ୍ଷରୁ ସୁକିନ୍ଦା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା ! ବିଜେପି ନେତା ଅମଳେନ୍ଦୁ ବେହୁରା , ପୁଷ୍ପକ ମହାପାତ୍ର , ସନ୍ତୋଷ ମୁଦୁଲି , ସତ୍ୟଜିତ ଦାସ , ଶୁଭକାନ୍ତ ମହାନ୍ତି , ଯାତ୍ରାକର ଜେନା, ଶରତ ମହାନ୍ତ , ତପନ ନାଏକ , ଅଶ୍ଵିନୀ ପରିଡ଼ା , ରୋହିତ ମହାନ୍ତ , ବିଜୟ ମହାନ୍ତି , ହୃଦାନନ୍ଦ ମହାନ୍ତଙ୍କ ନେତୃତ୍ବରେ ବିଭିନ୍ନ ପଞ୍ଚାୟତରୁ ବହୁ ଦଳୀୟ କର୍ମୀ ଯୋଗଦେଇ ଦିଦ୍ୟୁତ୍ ବିଭାଗ କର୍ମଚାରୀ ଓ ବିଦ୍ୟୁତ୍ ବିଭାଗ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହିତ ବିଦ୍ୟୁତ ମନ୍ତ୍ରୀଙ୍କ ବହିସ୍କାର ଦାବି କରି ସୁକିନ୍ଦା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *