କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା ଅନ୍ତର୍ଗତ ଦଧିବାମନପୁର ମା’ ଭୁଆସୁଣୀଙ୍କ ପୀଠସ୍ଥଳୀରେ ଉତ୍କଳ ମହିଳା ଅଧିକାର ଅଭିଯାନ ପକ୍ଷରୁ ଓଡ଼ିଶାର ଗଣପର୍ବ ରଜ ମହୋତ୍ସବର ଦ୍ବିତୀୟ ଦିବସ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ଅବସରରେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଯୋଗଦେଇ ମାନବ ସଭ୍ୟତା ବଞ୍ଚିବା ତଥା ସମସ୍ତ ମାନବୀୟ ଆବଶ୍ୟକତାର ମୂଳ ଆଧାର ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତି ଓ ମହାବୀର ଜୁଏଲାରୀ ସ୍ଵତାଧିକାରୀ ସୁଜାତା ପଣ୍ଡା ଯୋଗ ଦେଇଥିବା ବେଳେ ଅଧ୍ୟାପକ ଗଣେଶ ଚନ୍ଦ୍ର ଦାଶ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ । ଅନୁଷ୍ଠାନର ସଭାପତି ସବିତା ରାଣୀ ଦାଶଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧନା କରାଯିବା ସହ, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଅବସରରେ ଦୋଳି ଖେଳ, ନାଚଗୀତ, ପୁଚି, ଝୋଟି ଓ ଚିତ୍ରାଙ୍କନ ପ୍ରଭୃତି ବିଭିନ୍ନ ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରା ଯାଇଥିଲା । କଳା ଶିକ୍ଷକ ନିରଞ୍ଜନ ନାୟକ, ଦୀପକ ଆଚାର୍ଯ୍ୟ, ମଧୁସ୍ମିତା ଜେନା ଓ ସଂଗଠନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
୪୨ ମୌଜାରେ ରଜ ମହୋତ୍ସବ ପାଳିତ !!!

