ରଥ ନିର୍ମାଣ ଖଳା ପରିଦର୍ଶନ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜି ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ! ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଲାଭ କରିଥିବା ପାରଳା ରଥଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଘନ ଘନ ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଥିଲେ ବିଭିନ୍ନ ଅଧିକାରୀ ଏବଂ ଖୋଦ ଜିଲ୍ଲାପାଳ ! ତିନି ରଥ ତିଆରି କାର୍ଯ୍ୟ ଶେଷ ହୋଇଛି । ସେହିପରି ରାଜ ଦାଣ୍ଡ ରାସ୍ତାରେ ଆକର୍ଷଣୀୟ ଝୋଟି ପକାଯାଇଛି । ପାନୀୟ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଲାଗି ପ୍ରସ୍ତୁତି ହେଉଛି । ଭକ୍ତଙ୍କ ପାଇଁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି । ତିନି ରଥ ଯାତାୟାତ ପାଇଁ ଖାଲଖମା ରାସ୍ତା ମରାମତି କରାଯାଇଛି । ଏହି ସବୁ ପ୍ରସ୍ତୁତିର ତଦାରଖ କରିବା ପାଇଁ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ନିଜେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାପାଳଙ୍କ ସମେତ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପାରଳାଖେମୁଣ୍ଡି ଏସ ଡି ପି ଓ ରାମକୃଷ୍ଣ ପତି, ଆଦର୍ଶ ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖ ପଦାଧିକାରୀ ଙ୍କ ସମେତ ରଥଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *