ରାସ୍ତା ମରାମତି କାମ ବେଳେ ଜନ ଅସନ୍ତୋଷ !!!

0
160

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଏକ ସ୍ଵଚ୍ଛ, ସୁନ୍ଦର ଓ ବିକଶିତ କଟକ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ! କଟକକୁ ଜଳବନ୍ଦିରୁ ମୁକ୍ତ କରିବା ପାଇଁ, ଜାଇକା ଭଳି ଏକ କମ୍ପାନୀ କୁ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ କଟକ ମହାନଗର ନିଗମର ଅଧୀନରେ ଥିବା ସମସ୍ତ ୱାର୍ଡର ରାସ୍ତା ଗୁଡ଼ିକକୁ ନୂତନ ରୂପ ଦିଆ ଯାଉଛି ! ଏଥିପାଇଁ CMC ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ! କିନ୍ତୁ ଠିକାରେ କାମ କରୁଥିବା ଠିକାଦାର ଓ CMC ପକ୍ଷରୁ ନିରୀକ୍ଷଣ ପାଇଁ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ! ବିନା ଫଳକରେ ଏହି ରାସ୍ତା ମରାମତି କାମ ହେବା ଓ ନିର୍ମାଣ କାର୍ଯ୍ୟ ବେଳେ ଠିକାଦାର,JE ଓ CMC କର୍ତ୍ତୃପକ୍ଷ ଉପସ୍ଥିତ ନ ରହିବା ଓ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ଏବେ ଦେଖା ଦେଇଛି ଜନ ଅସନ୍ତୋଷ !!

ଏହିଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ସହରର ମାଛୁଆ ବଜାର ଅଞ୍ଚଳରେ !! ମାଛୁଆ ବଜାର ଅଞ୍ଚଳର ଜଗନ୍ନାଥ ଲାଇନ୍ ଠାରେ କିଛି ମାସ ପୁର୍ବରୁ ଏକ ରାସ୍ତାକୁ ଫେବର୍ ବ୍ଲକ ଦ୍ଵାରା ନିର୍ମାଣ କରାଯାଇଥିଲା !! ମାତ୍ର ଦୁଃଖର ବିଷୟ ଯେ ଏହି ଫେବର ବ୍ଲକ ରାସ୍ତାଟି କିଛି ଦିନ ପରେ ଖରାପ ହୋଇ ଯାଇଥିଲା। ସଠିକ୍ ଭାବରେ ରାସ୍ତାଟି ନିର୍ମାଣ ନହେବା ଫଳରେ, ବର୍ଷା ହେବା ଦ୍ବାରା ରାସ୍ତାଟି ଦବି ଯାଇଛି ଓ ଗମନା ଗମନ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା !! ଏ ବାବଦରେ ମାଛୁଆ ବଜାର ପଞ୍ଚାୟତ କମିଟି CMC କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହା ବ୍ୟତୀତ ଉକ୍ତ ଅଞ୍ଚଳର ଅନ୍ୟ ରାସ୍ତା ଗୁଡିକକୁ ଫେବର୍ ବ୍ଲକରେ ନିର୍ମାଣ ନକରି, କଂକ୍ରିଟ ରେ ନିର୍ମାଣ କରିବାକୁ ନିବେଦନ କରିଥିଲେ । CMC ପକ୍ଷରୁ ଏହି କାର୍ଯ୍ୟକୁ ଜଣେ ଠିକାଦାରକୁ ଦିଆ ଯାଇଥିଲା ବେଳେ, ବିନା ଫଳକରେ ତଥା ଠିକାଦାର ଓ CMC କର୍ତ୍ତୃପକ୍ଷଙ୍କ ଉପସ୍ଥିତି ବିନା ନିମ୍ନ ମାନର କାର୍ଯ୍ୟ ହେଉଥିବାର ଅଭିଯୋଗ ଆଣିଛନ୍ତି ମାଛୁଆ ବଜାର ପଞ୍ଚାୟତ କମିଟିର ସଭାପତି କ୍ଷୀରୋଦ କୁମାର ସାହୁ !! ଏହକୁ ବିରୋଧ କରି ଠିକା ସଂସ୍ଥାର କିଛି କର୍ମଚାରୀ ଜବରଦସ୍ତ କାମ କରୁଥିବା ବେଳେ, ସ୍ଥାନୀୟ ବାସିନ୍ଦା ଓ ଠିକାସଂସ୍ଥା କର୍ମଚାରୀ ମାନଙ୍କ ମଧ୍ୟରେ ବଚସା ହେବା ସହିତ ଥାନାରେ କେଶ୍ ପହଞ୍ଚିଛି !କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ଦାବି ହେଉଥିବା ବେଳେ କାହିଁକି ଫେବର୍ ବ୍ଲକରେ ନିର୍ମାଣ କାର୍ଯ୍ୟ ହେଉଛି ଓ କାହା ନିର୍ଦ୍ଦେଶରେ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ସାହୁ !! ପୂର୍ବରୁ ଲିଖିତ ଅଭିଯୋଗ କରିବା ପରେ ତରବରିଆ ଭାବେ ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ, ମାଛୁଆ ବଜାର ପଞ୍ଚାୟତ କମିଟି ଏହାର ବିରୋଧ କରିବା ସହିତ କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିଛନ୍ତି । CMC କମିଶନର, ମେୟର ଓ ବିଭାଗୀୟ ଅଧିକାରୀ ଆସି ଏହାର ସମାଧାନ କରିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ୍ କରିବକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା !! ବିନା ଫଳକରେ କାର୍ଯ୍ଯ ହେଉଥିବା ଓ ଠିକାଦାର ଅନୁପସ୍ଥିତ ରହିବାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା !! ତେବେ କେବେ ହେବ ଏହି ସମସ୍ୟାର ସମାଧାନ ଓ କେବେ ସାଧାରଣ ଜନତା ଉପକୃତ ହେବେ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here