ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସାର୍ବଜନୀନ ସମାଜ ସେବା ସଂଗଠନ (ୟୁଏସଏସଓ) ଓ ସାମର୍ଥ୍ୟ ଫାଉଣ୍ଡେସନର ମିଳିତ ସହଯୋଗରେ ନୟାଗଡ଼ ପୁରୁଣା ସହର ଠାରେ ପବିତ୍ର ରଥଯାତ୍ରା ଅବସରରେ ଦହିପଣା ବଣ୍ଟନ କରାଯାଇଥିଲା । ସାମର୍ଥ୍ୟ ଫାଉଣ୍ଡେସନ୍, ଓଡ଼ିଶା, ନୟାଗଡ଼ ସଂଗଠନର ପ୍ରତିଷ୍ଠାତା ସାରସ୍ବତ ବିଭୁପଦ ପ୍ରଧାନ ଏବଂ ୟୁଏସଏସଓ, ନୟାଗଡ଼ର ସଭାପତି ଅମରେନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ଲୋକନାଥ ଷଡ଼ଙ୍ଗୀ, ସ୍ମୃତି ପ୍ରିୟା ସୁବୁଦ୍ଧି, ସୁଶ୍ରୀ ଶାଶ୍ବତୀ ପ୍ରଧାନ, କାହ୍ନୁ ଚରଣ ଘଡେଇ,ବିଶ୍ବଜିତ ସୁବୁଦ୍ଧି, ଗୋବିନ୍ଦ ଚନ୍ଦ୍ର ବାରିକ, ସୁରେନ୍ଦ୍ର ସାଧୁଆ ଓ ଚିନ୍ମୟୀ ପାଣି ଇତ୍ୟାଦି ସହଯୋଗ କରିଥିଲେ ।

