ବିଜୁ ଶିଶୁ ସୁରକ୍ଷା ଯୋଜନା : ବିବାହ ସହାୟତା ଆକାରରେ ଜିଲ୍ଲା ପ୍ରଶାସନ ଦେଲା ୫୦ ହଜାର ଟଙ୍କା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ପ୍ରଶାସନ ଏବଂ ଶିଶୁ ମଙ୍ଗଳ ସମିତିର ମିଳିତ ସହଯୋଗରେ ଫୁଲବାଣୀ ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ, ସାଧନ ଦ୍ୱାରା ଲାଳନ ପାଳନ ହୋଇଥିବା ଆନାଲିସାର ବିବାହ ରିଲାଏନ୍ସରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟକରୁଥିବା ରବି ସହିତ ସେହି ସାଧନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ସହାୟତା ପାଇଁ ଜିଲା ପ୍ରଶାସନ ତରଫରୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଆନାଲିସା ଗୋଟିଏ ଅନାଥ ଶିଶୁ ଯାହାକୁ ଜିଲା ସମାଜ ମଙ୍ଗଳ ଅଧିକାରୀ, କନ୍ଧମାଳ ଆଣିଏହି ଶିଶୁ ଯତ୍ନ ଅନୁଷ୍ଠାନ, ‘ସାଧନ’ରେ ଛାଡ଼ିଥିଲେ। ସେଠାରେ ଆନାଲିସା ଭଳି ଅନେକ ଅନାଥ ପିଲା ରହି ପାଠ ପଢ଼ୁଛନ୍ତି। ସାଧନର ଫାଦର ଓ ମଦର ସମେତ କର୍ମଚାରୀମାନେ ସେହି ପିଲାମାନଙ୍କର ନିଜ ବାପା ମା’ ଭଳି ଯତ୍ନ ନେଉଛନ୍ତି। ପାଠ ପଢ଼ି ବଡ଼ ହେବା ପରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ହୋଇଥାନ୍ତି। ସେହିଭଳି ଆନାଲିସା ମଧ୍ୟ +୨ ପାସ୍ ପରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି କୋର୍ସ ମଧ୍ୟ କରିଛନ୍ତି। ତାଙ୍କୁ ବିବାହ କରିଥିବା ଯୁବକ କେନ୍ଦ୍ରୀୟ ବିଦ୍ୟାଳୟ, ଫୁଲବାଣୀର ଜଣେ ଶିକ୍ଷକଙ୍କର ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଶିଶୁ ଯତ୍ନ ଅନୁଷ୍ଠାନ, ସାଧନରେ ରହିବା ଦିନ ଠାରୁ ବିବାହ ପର୍ଯ୍ୟନ୍ତ ଅର୍ଥାତ୍ ଆଜି ପର୍ଯ୍ୟନ୍ତ କେହି ଜଣେ ହେଲେବି ତାଙ୍କୁ ଦେଖିବାକୁ ସେଠାକୁ ଆସିନାହାଁନ୍ତି ବୋଲି ଜଣାପଡ଼ିଛି। ଏବେ ସେହି ଅନୁଷ୍ଠାନରେ ୧୦୭ଜଣ ଅନାଥ ଶିଶୁ ଅଛନ୍ତି ବୋଲି ମଦର ସୂଚନା ଦେଇଥିଲେ । କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ୍, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ଶିଶୁ ଶୁରକ୍ଷା ଅଧିକାରୀ ରଶ୍ମିତା କରନ୍, ଜିଲାସମାଜ ମଙ୍ଗଳ ଅଧିକାରୀ, ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା ଓ ଅନୀତା ସାହୁ, ଶିଶୁ ମଙ୍ଗଳ ସମିତିର ର ଅଧ୍ୟକ୍ଷ ରଜତ ଦିଗାଲ, ସଭ୍ୟ ମମତା ଦାସ,ସଦାଶିବ ପାତ୍ର ଓ ପ୍ରସନ୍ନ ବିଶୋଇ ପ୍ରମୁଖ ଏହି ବିବାହରେ ଯୋଗଦେଇ ବର କନ୍ୟାଙ୍କୁ ଆର୍ଶିବାଦ କରିଥିଲେ।

Leave a Reply

Your email address will not be published. Required fields are marked *