କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଚଳିତ ମାସ 15 ତାରିଖ ଦିନ ମହାସିଙ୍ଗି ପଞ୍ଚାୟତ ପାତ୍ର ସାହିର ଝୁନୁରାଣୀ କହଁର ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି l ଏନେଇ ବାଲିଗୁଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବାଲିଗୁଡା ପୋଲିସ l ହେଲେ ଏଯାଏଁ ପୋଲିସ ନିରୁଦ୍ଧିଷ୍ଟ ଯୁବତୀ ଙ୍କ ସନ୍ଧାନ ପାଇ ନଥିବାରୁ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି l ସୂଚନା ପ୍ରକାରେ ଚଳିତ ମାସ 15 ତାରିଖ ଦିନ ରଜ ଉତ୍ସବ ଚାଲିଥିବା ବେଳେ ଝୁନୁରାଣୀ ଘରେ କାହାକୁ କିଛି ନ କହି ଘରୁ ବାହାରିଥିଲେ, ହେଲେ ସନ୍ଧ୍ୟା ପୂର୍ବରୁ ଘରେ ନ ପହଂଚିବାରୁ ପରିବାର ଲୋକେ ସାହି ପଡିଶା ବନ୍ଧୁ ବାନ୍ଧବ ନିକଟସ୍ଥ ଗାଁ ସବୁ ଖୋଜା ଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ପୋଲିସ ର ଆଶ୍ରୟ ନେଇଥିଲେ l କେହି ଦୁର୍ବୁତ୍ତ ଝୁନୁ ଙ୍କୁ ଅପହରଣ କରି ଲୁଚାଇ ରଖିଥିବା ବିଷୟ ପରିବାର ଲୋକେ ସନ୍ଦେହ କରୁଛନ୍ତି l ଘଟଣା କୁ ଆଠ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏ ଯାଏ କୌଣସି ସୁରାକ ପାଇ ପାରୁନାହିଁ l ଝୁନୁରାଣୀ ଙ୍କ ଖୋଜ ଖବର ମିଳୁ ନଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି l ଏଣୁ ଏଥିପ୍ରତି ପୋଲିସ ବିଭାଗ ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଯୁବତୀ ଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି l
ଆଠ ଦିନ ହେବ ଘରୁ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି !!!

