ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଲୋକସଭା ଭବନରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ଵାରା ନୋତର ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରତ୍ୟାସା ଶତପଥୀ ଏବଂ ଛାତ୍ର ଶ୍ରୀମାନ ସୁଭ୍ରକନ୍ତ ମାଝି ଙ୍କୁ ସମ୍ବର୍ଦ୍ଧତ କରାଯାଇଛି ! ସୁଶ୍ରୀ ଶତପଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂଗଠନ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ରେ ୯୮% ନମ୍ୱର ରଖି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀମାନ ମଝି ୯୭.୨%ନମ୍ୱର ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ଉଭୟ ଛାତ୍ର ଛାତ୍ରୀ ନୟାଗଡ ଜିଲ୍ଲା ପାଇଁ ଗର୍ବ ଓ ଗୌରବ । ପୁରସ୍କାର ପାଇବା ଅବସରରେ ସୁଶ୍ରୀ ଶତପଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂଗଠନ ର ଶିକ୍ଷା ଉପରେ ଅଭିବ୍ୟକ୍ତ ରଖିଥିଲେ !ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଟୁଈଟ ମାଧ୍ୟମରେ ଉଭୟ ଛାତ୍ର ଛାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ଉତ୍ତରୋତର ଉନ୍ନତି କାମନା କରିଛନ୍ତି ! ନୟାଗଡ ଜିଲ୍ଲା ପାଇଁ ଆଉ ଏକ ଖୁସିର ଖବର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ନୋତର ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ ସିଟ ବିଶିଷ୍ଟ ଛାତ୍ରାବାସ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି !
ନୟାଗଡ ଜିଲ୍ଲା ର ନୋତର ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର ଛାତ୍ରୀ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ବର୍ଦ୍ଧତ !!!

