ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ଏସୟୁଜେ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଏସୟୁଜେ ର ରାଜ୍ୟ ସଂପାଦକ ଶିବାଶିଷ ମହାନ୍ତି, ଜିଲା ଆବାହକ ପ୍ରତାପ ସ୍ବାଇଁ, ଜିଲା ସଭାପତି ଦୈତାରୀ ଜେନା, ସଂମ୍ପାଦକ ପ୍ରଶାନ୍ତ ନାୟକ ଙ୍କ ସହ ଜିଲାର ସମସ୍ତ ବ୍ଲକ ରୁ ଏସୟୁଜେ ର କର୍ମକର୍ତ୍ତା ମାନେ ଯୋଗଦେଇ ସାମ୍ବାଦିକ ଙ୍କ ଏକତା ଓ ସୁରକ୍ଷା କୁ ନେଇ ସ୍ଲୋଗାନ ଦେଇଥିଲେ । ମହାରାଷ୍ଟ ଓ ଛତିଶଗଡ଼ ଢାଂଚାରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ “ସାମ୍ବାଦିକ ସୁରକ୍ଷା ଆଇନ” ପ୍ରଣୟନ ସହିତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାର ବୀମା ରାଶି କୁ “୧୦ ଲକ୍ଷ ଟଙ୍କା” କୁ ବୃଦ୍ଧି ନିମନ୍ତେ ଦାବୀ ରଖିଛନ୍ତି । ସାମ୍ବାଦିକଟି ର ଅକାଳ ବିୟୋଗରେ ତା’ର ପରିବାର କୁ ପ୍ରଦାନ କରାଯାଉଥିବା ୪ ଲକ୍ଷ ଟଙ୍କାର ସହାୟତା ରାଶି କୁ ଅତି କମରେ “୨୫ ଲକ୍ଷ ଟଙ୍କା” କୁ ବୃଦ୍ଧି ପାଇଁ ମଧ୍ୟ ଦାବୀ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରାୟ ସମସ୍ତ ମିଡ଼ିଆ ହାଉସ ଗୁଡ଼ିକ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ ଥିବାରୁ ସାମ୍ବାଦିକଙ୍କ ରହଣୀ ନିମନ୍ତେ ଏକ ବହୁତଳ ବିଶିଷ୍ଟ “ସାମ୍ବାଦିକ ଅତିଥି ଭବନ” ନିର୍ମାଣ ସହିତ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନା ରୁ ବାଦ ପଡିଥିବା ଅନ୍ୟ ସମସ୍ତ ସାମ୍ବାଦିକ ମାନଙ୍କୁ ଏବଂ ଗଣମାଧ୍ୟମ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ କର୍ମଚାରୀ ତଥା ସମସ୍ତ “ପୋର୍ଟାଲ ସାମ୍ବାଦିକ” ମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ ଭଳି ବିଭିନ୍ନ ଦାବି ଉପରେ ସରକାର ହସକ୍ଷେପ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *