ପାରଳାଖେମୁଣ୍ଡି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ! ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପ୍ରଖ୍ୟାତ ଥିବା ପାରଳାଖେମୁଣ୍ଡି ବାହୁଡା ଯାତ୍ରା ରେ ପ୍ରାୟ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଉତ୍ସହ ଓ ଉଦ୍ଦୀପନାରେ ଯୋଗ ଦେଇଛନ୍ତି. ଆଜି ସକାଳ ୧୨ ଘଣ୍ଟା ସମୟରେ ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ପ୍ରଥମେ ପାରଳା ଗୁଣ୍ଡିଚା ମନ୍ଦିରରୁ ପହଣ୍ଡି କରି ରଥରେ ବିଜେ କରାଯାଇଥିଲା. ପରେ ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପାରଳା ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି କରାଯାଇ ୨ ରଥରେ ଆସନ କରାଯାଇଥିଲା. ପରେ ପାରଳାଖେମୁଣ୍ଡି ଯୁବ ରାଣୀ ସୁଶ୍ରୀ କଲ୍ୟାଣୀ ଗଜପତି ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ପରେ ମା ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥରେ ଛେରା ପହରା କରି ୩ ଠାକୁରଙ୍କୁ ରଥରେ ପୂଜାଅର୍ଚ୍ଚନା କରି ସମସ୍ତଙ୍କ ମଙ୍ଗଳ କାମନା କରି ଆଶ୍ରିବାଦ ଭିକ୍ଷା କରିଥିଲେ. ଅପରାହ୍ନରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ଆନ୍ଧ୍ର ସୀମାନ୍ତରେ ଥିବା ପାରଳାଖେମୁଣ୍ଡି ସହର ରହିଛି. ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ପାରଳାଖେମୁଣ୍ଡି ରଥଯାତ୍ରାର ବେଶ ଖ୍ୟାତି ରହିଛି. ଏଣୁ ଆଜିର ବାହୁଡ଼ାଯାତ୍ରା ଅବସରରେ ସମଗ୍ର ଦକ୍ଷିଣ ଓଡିଶା ଓ ପୋଡ଼ଶୀ ଆନ୍ଧ୍ର ପ୍ରଦେଶରୁ ଲକ୍ଷାଧିକ ଭକ୍ତ ସାମଗମ ହୋଇଥିଲେ. ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣି ଥିବାବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ. ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ଏସପି ଏସ. ସ୍ୱାତୀ କୁମାରଙ୍କ ସମେତ ବହୁ ପଦାଧିକାରୀ ପୋଲିସ ପ୍ରତେକ୍ଷ ଭାବେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ରଥଟଣା କାଯ୍ୟକ୍ରମକୁ ଆଗେଇ ନେଇଥିଲେ !

Leave a Reply

Your email address will not be published. Required fields are marked *