ମହିଳା ପାଳିଲେ ବନ ମହୋତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜଙ୍ଗଲ ସୃଷ୍ଟି ଓ ତାର ସୁରକ୍ଷା ପାଇଁ ପ୍ରତିବର୍ଷ ସାରା ବିଶ୍ବରେ ପାଳନ କରାଯାଉଛି ” ବନ ମହୋତ୍ସବ ” ! କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମପଞ୍ଚାୟତରେ ମହିଳା ମାନେ ପାଳନ କରିଛନ୍ତି “ବନ ମହୋତ୍ସବ ” । ଶିକ୍ଷୟିତ୍ରୀ ନିବେଦିତା ପାଇକରାୟଙ୍କ ନେତୃତ୍ୱରେ ପଞ୍ଚାୟତର ସି.ଆର୍.ପି . ମାନଙ୍କୁ ନେଇ କରାଯାଇଥିଲା ପରିବେଶ ସଚେତନତା କାର୍ଯ୍ୟକ୍ରମ । ସାରା ବିଶ୍ବରେ ପରିଲକ୍ଷିତ ହେଉଛି ଜଳବାୟୁ ପରିବର୍ତ୍ତନ । ମାଡି ଆସୁଛି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ । ନଷ୍ଟ ହେଉଛି ଅସରନ୍ତି ଧନଜୀବନ । ତଥାପି ମଣିଷ ପରିବେଶ ସୁରକ୍ଷା ପାଇଁ ଯତ୍ନବାନ ହେବା ପରିବର୍ତ୍ତେ ହେଉଛି ଖାମଖିଆଲ । ଅବାଧରେ କାଟି ଚାଲୁଛି ଗଛ । ନଷ୍ଟ କରୁଛି ଜଙ୍ଗଲ । ସାମ୍ପ୍ରତିକ ପରିସ୍ଥିତିରେ ସ୍ଥାନୀୟ ଲୋକମାନେ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ନଷ୍ଟ କରିବା ଆରମ୍ଭ କଲେଣି । ତେଣୁ ସେମାନଙ୍କୁ ସଚେତନ କରାଇବା ନିହାତି ଜରୁରୀ । ଏଥିପାଇଁ ଶ୍ରୀମତୀ ପାଇକରାୟଙ୍କର ଏ ପ୍ରୟାସ । ନାରୀମାନେ ଏ କ୍ଷେତ୍ରରେ ଆଗେଇ ଆସିଲେ ନିଶ୍ଚିତ ଭାବେ ” ବନ ମହୋତ୍ସବ ” ର ଅସଲ ଉଦ୍ଦେଶ୍ୟ ସଫଳ ହେବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଗକୁ ଅଧିକ ରୁ ଅଧିକ ମହିଳାଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବୀ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *