ଦଳିତ ମଞ୍ଚ ପକ୍ଷରୁ ଫିଲ୍ମ ହିରୋଇନ୍ ଏଲିନା ସାମନ୍ତରାୟଙ୍କ ବିରୋଧରେ ସୁକିନ୍ଦା ଥାନାରେ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଫିଲ୍ମ ହିରୋଇନ୍ ଏଲିନା ସାମନ୍ତରାୟଙ୍କ ବିରୋଧରେ ସୁକିନ୍ଦା ଥାନାରେ ସୁକିନ୍ଦା ଦଳିତ ମଞ୍ଚ ପକ୍ଷରୁ ଆଜି ଏକ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଏବେ ଏବେ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇଙ୍କ ପତ୍ନୀ ଫିଲ୍ମ ନିର୍ମାତା ଝିଲ୍କି ଭଟ୍ଟାଚାର୍ୟ୍ଯଙ୍କ ପ୍ରଡକ୍ସନ ପ୍ରିୟେ ତୁ ମୋ ସିଏ ଚଳଚିତ୍ରରେ ହିରୋଇନ୍ ଏଲିନା ସାମନ୍ତରାୟ ଦଳିତ ଲୋକ ମାନଙ୍କୁ ଆକ୍ଷେପ କରି କହିଥିବା ଅଭିଯୋଗ ହୋଇଛି । ଏନେଇ ସୁକିନ୍ଦା ଦଳିତ ମଞ୍ଚ ପକ୍ଷରୁ ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଜାରି ରଖିଥିବା ସୁକିନ୍ଦା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *