କଳାପଥର ଅଞ୍ଚଳରେ ବଢି ଚାଲିଛି ଅଘୋଷିତ ବିଦ୍ୟୁତ କାଟ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବର୍ଷା ଆରମ୍ଭ ହୋଇଛି ସତ , ହେଲେ କମି ନାହିଁ ଖରା ଓ ଗୁଳୁଗୁଳି ର ପ୍ରଭାବ ! ଆଉ ସବୁଠାରୁ ଅଧିକ କଷ୍ଟ ଦେଉଛି ଅଘୋଷିତ ବିଦ୍ୟୁତ କାଟ ! କଳାପଥର ଅଞ୍ଚଳରେ ବିନା କାରଣରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ରହୁଥିବା କାରଣରୁ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ ! ପ୍ରତିଦିନ କାର୍ଯ୍ୟାଳୟ ଆଗରେ ଲୋକେ ହୋ ହାଲ୍ଲା କରୁଥିବାର ଦୃଶ୍ୟ ସାମନାକୁ ଆସୁଛି ! କଳାପଥର ସେକ୍ସନ , ବେଗୁନିଆ ଡିଭିଜନ ର କର୍ମଚାରୀ ଓ ଅଧିକାରୀ ଙ୍କର ମନମୁଖୀ କାର୍ଯ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ଆଧାରିତ ପୋଷ୍ଟ ଦେଖିବାକୁ ମିଳୁଛି ! ତେବେ ଅଘୋଷିତ ବିଦ୍ୟୁତ କାଟ ର ମୁଖ୍ୟ କାରଣ ହେଉଛି ଜରୁରୀକାଳୀନ କର୍ମଚାରୀଙ୍କର ଅନୁପସ୍ଥିତି ! ଯେତେବେଳେ ଦେଖିଲେ ଅଫିସ ରେ ଜେଇ ଅନୁପସ୍ଥିତ , କର୍ମଚାରୀ ମନଇଛା ଆସୁଛନ୍ତି ! ଏପରିକି କେହି ନଥାଇ ଅଫିସ ଘରେ ଫ୍ୟାନ ବୁଲୁଥିବା ବେଳେ , ବିଜୁଳି ନଥିବାରୁ ଲୋକେ ହେଉଛନ୍ତି ହନ୍ତସନ୍ତ ! ଘଟଣାର ସମାଧାନ ପ୍ରତି ଉଚ୍ଚ ଅଧିକାରୀ ଦୃଷ୍ଟି ନଦେଲେ , ଆଗକୁ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ସ୍ଥାନୀୟ ସାମାଜିକ କର୍ମୀ ଦେଇଛନ୍ତି ଚେତାବନୀ !

Leave a Reply

Your email address will not be published. Required fields are marked *