ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l ଆସନ୍ତା ଅଗଷ୍ଟ ମାସ 6 ପର୍ଯ୍ୟନ୍ତ ହୋଇପାରିବ ଆବେଦନ ! କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଶୁଭlରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ l ଆଜି ଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଡିଜିଟାଲ , ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅନଲାଇନ ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ନିମନ୍ତେ ଆବେଦନ କରିପାରିବେ l ରାୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କୁ ଏ ସମ୍ପର୍କରେ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ! ସରକାରଙ୍କ ତରଫରୁ ନବୀକରଣ ନୂତନ ଭାବେ ଆବେଦନ କରିବା ପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ମାସ 6 ପର୍ଯ୍ୟନ୍ତ ଗୋଟିଏ ମାସ ଧରି ଚାଲିବ ଏବଂ ପୋର୍ଟାଲ ଆପେ ବନ୍ଦ ହୋଇଯିବ l ସୂଚନା ଓ ଲୋକସମ୍ପର୍କ ବିଭlଗ ଦ୍ୱାରା ଅନୁମୋଦିତ ଗଣମାଧ୍ୟମର ପ୍ରତିନିଧି ମାନେ ନିଜେ ନିଜେ ଦରଖାସ୍ତ ଅନଲାଇନରେ ଦାଖଲ କରିବେ । ଏଥି ନିମନ୍ତେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର, ଶିକ୍ଷାଗତ ପ୍ରମାଣ ପତ୍ର, ମିଡ଼ିଆ ହାଉସରୁ ଅଥରାଇସନ ଲେଟର, ନବିକୃତ ପ୍ରେସ ପରିଚୟ ପତ୍ର ଆଦି ଅପଲୋଡ଼ କରିବେ ।