ଆକାଂକ୍ଷା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବି ସୀତାପୁର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଠାରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରାଯିବା ସହିତ ମହିଳା ମାନଙ୍କୁ ଚାରା ବଣ୍ଟନ ମଧ୍ୟ କରାଯାଇଥିଲା । ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭିନ୍ନ ମଞି ପଣସ, ଆମ୍ବ, ବରକୋଳି ଓ ଜାମୁକୋଳି ମଞି କୁ ନେଇ ମାଟି ରେ ରଖି ତାହାକୁ ଗୋଲ କରି ପାଖ ଜଙ୍ଗଲ ମଧ୍ୟକୁ ଫୋପାଡା ଯାଇଥିଲା। । ଏହି ଅବସରରେ ସଂଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି ବୃକ୍ଷ ହିଁ ଜୀବନ ସଂପର୍କରେ ବୁଝାଇବା ସହିତ ଶପଥ ପାଠ କରାଇ ଥିଲେ ଯେ କେବଳ ଗୋଟିଏ ଦିନ ନୁହେଁ ବର୍ଷା ଋତୁରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନ କୁ ଯାଇ ବୃକ୍ଷ ରୋପଣ କରା ଯିବ ବୋଲି କହିଥିଲେ । ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ପରିବେଶ ସୁରକ୍ଷା ନିମନ୍ତେ ଓ ଭୁମଣ୍ଡଳ ର ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ କେବଳ ବୃକ୍ଷ ହିଁ ଏକାନ୍ତ ଆବଶ୍ୟକ ବୋଲି ବୁଝାଇ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଂଚ ଶ୍ରୀ କାହ୍ନୁଚରଣ ଭୋକ୍ତା, ଗ୍ରାମ ଜନ କଲ୍ୟାଣ ସଦସ୍ୟ ସୁଜିତ କୁମାର ପଣ୍ଡା,କେ ବିଜୟ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା , ଆଶା ତ୍ରିବେଣୀ, କୃଷ୍ଣ ବେଣୀ, ଧନଲକ୍ଷ୍ମୀ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *