କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡାରେ ପୁଣି ଖାକି ଆଉ ମିଡ଼ିଆ ମୁଁହାମୁହିଁ ! ଡେରବିଶ ଥାନା ଆଇଆଇସି ଙ୍କ ନାମରେ ଏତଲା । ଜ୍ୟୋତି ଙ୍କ ପରେ ଏବେ ଜ୍ୟୋତିର୍ମୟୀ । କେନ୍ଦ୍ରାପଡ଼ା ରେ ପୁଣି ଖାକି ର ଜୁଲୁମ , ବିଗତ ଦୁଇ ବର୍ଷ ଭିତରେ ବାରମ୍ବାର କେନ୍ଦ୍ରାପଡ଼ା ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ଭିତରେ ଲାଗି ରହିଛି ଶୀତଳ ଯୁଦ୍ଧ ! ମାର୍ଶାଘାଇ ଥାନା ର ଆତ୍ମାଘୋଷିତ ଦବଙ୍ଗ ଆଇଆଇସି ଜ୍ୟୋତି ବାବୁ ଙ୍କ ପରେ ଏବେ ଡେରାବିଶ ଥାନା ର ବାବୁଆଣୀ ଜ୍ୟୋତିର୍ମୟୀ ମାଡାମ ଙ୍କ ଲେଡି ଦବଙ୍ଗ ଗିରି ଆରମ୍ଭ ! ଯୁବ ସାମ୍ବାଦିକ ସର୍ବେଶ୍ୱର ମଳିକ ଖବର ସଂଗ୍ରହ କରୁଥିବା ବେଳେ ଡେରାବିଶ ଥାନା ଅଧିକାରିଣୀ ତାଙ୍କ ଫୋନ ଛଡାଇ ଥାନାରେ ତାଙ୍କୁ ଅଟକାଇ ମାନସିକ ନିର୍ଯାତନା ଦେଲେ । ଥାନା ଅଧିକାରିଣୀ ଙ୍କ ନାମରେ ସେଇ ଡେରାବିଶ ଥାନା ରେ ହିଁ ଅଭିଯୋଗ କଲେ ସାମ୍ବାଦିକ ! ନିଜ ନାମରେ ଥିବା ଏତଲା କୁ ରଖିଲେ ଆଇଆଇସି ଜ୍ୟୋତିର୍ମୟୀ !

ସୂଚନା ଅନୁସାରେ , ଜଣେ ଦୁଷ୍କର୍ମ ପୀଡ଼ିତା ଙ୍କ ଡେରାବିଶ ଥାନା ରେ ଦ୍ୱାରସ୍ଥ ନେଇ ଥାନା ପରିସର ରେ ପୀଡିତା ଙ୍କ ପ୍ରତିକ୍ରିୟା ନେଇ ଖବର ସଂଗ୍ରହ କରିବାକୁ ଯାଇଥିଲେ ଡେରାବିଶ ବ୍ଲକ ର ଜଣେ ଯୁବ ସାମ୍ବାଦିକ ସର୍ବେଶ୍ୱର ମଲିକ ! ଥାନା ପରିସରରେ ଆଇଆଇସି ଜ୍ୟୋତିର୍ମୟୀ ସେଠି ଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି ସାମ୍ବାଦିକ ! ସର୍ବେଶ୍ୱର ଭିଡିଓ ଉତ୍ତଳନ କରୁଥିବା ସମୟରେ ଥାନା ଅଧିକାରିଣୀ ଓ ତାଙ୍କ ସହଯୋଗୀ ଥାନା କର୍ମଚାରୀ ସର୍ବେଶ୍ୱର ଙ୍କ ମୋବାଇଲ ଫୋନ ଛଡାଇ ତାଙ୍କୁ ଥାନା ରେ ଅଟକାଇ ଦେଇ ଅପମାନିତ କରିବା ସହ ନାନାଦି ଦୁର୍ବ୍ୟବହାର କରିଥିଲେ । ଏପରିକି ମୋବାଇଲ ଫୋନ ରୁ ସମସ୍ତ ସଂଗୃହିତ ଭିଡିଓ ମଧ୍ୟ ଡିଲିଟ କରି କାଟି ଦେଇଥିଲେ ଥାନା କର୍ମଚାରୀ । ଏନେଇ ସର୍ବେଶ୍ୱର କେନ୍ଦ୍ରାପଡ଼ା ର କିଛି ବରିଷ୍ଠ ସାମ୍ବାଦିକ ଙ୍କ ସହ ଆଲୋଚନା କରିବା ପରେ ଡେରାବିଶ ଥାନା ରେ ସେହି ଥାନା ଅଧିକାରିଣୀ ଙ୍କ ନାମ ରେ ହିଁ ଅଭିଯୋଗ କରିଛନ୍ତି । ଥାନା ଅଧିକାରିଣୀ ବିନା କାରଣ ରେ ସର୍ବେଶ୍ୱର ଙ୍କ ମୋବାଇଲ ଛଡାଇ କାର୍ଯ୍ୟରତ ଅବସ୍ଥାରେ ସାମ୍ବାଦିକଙ୍କ ଉପରେ ଜୁଲୁମ ଦେଖାଇବା ସହ ଖବର ସଂଗ୍ରହ ରେ ବାଧା ସୃଷ୍ଟି କରିଥିଲେ ଓ ଦୁର୍ବ୍ୟବହାର କରିଥିଲେ ! ଏନେଇ ସର୍ବେଶ୍ୱର ଡେରାବିଶ ଥାନା ଡିସିଓ ଙ୍କ ଜରିଆରେ ଏତଲା ଦେଇଥିଲେ । ଡିସିଓ ଏତଲା ଟିକୁ ଗ୍ରହଣ କରିବା ସହ ଥାନା ଇନଚାର୍ଜ ଙ୍କୁ ତାଙ୍କ ନିଜ ନାମ ରେ ଥିବା ଏତଲା ଟିକୁ ପ୍ରଦାନ କରିଥିଲେ । ଥାନା ଅଧିକାରିଣୀ ନିଜ ନାମରେ ନିଜେ କେବେ ଏତଲା ଟିକୁ ରୁଜୁ କରି , ନିଜ ଉପରେ କି କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଛି । ଅପରପଟେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଉକ୍ତ ସାମ୍ବାଦିକଙ୍କୁ ନ୍ୟାୟ ଦାବି କରିଛନ୍ତି ସଂଘର ସଦସ୍ୟ । ଯଦି ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ।

