ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗାଁ ଗହଳିର ପ୍ରତିଭା ମାନଙ୍କୁ ସମଗ୍ର ବିଶ୍ବର କୋଣାନୁକୋଣରେ ପରିଚିତ କରାଇବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଛି ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଏହି ଫାଉଣ୍ଡେସନ ଜରିଆରେ ବିଭିନ୍ନ ଦେଶରେ ଫାଉଣ୍ଡେସନର ୨୦ ସୁତ୍ରୀ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ, ସମ୍ପ୍ରତି ଆଫ୍ରିକାରେ ମୋ’ ଗାଁ ମୋ’ ପ୍ରତିଭା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ ଅନଲାଇନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଆଫ୍ରିକା ସଂଯୋଜକ ମଗ୍ଜିମା ଭୂୟାନି ଆଚିଡିଆକାନଙ୍କ ସଂଯୋଜନା ଓ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଗ୍ଜିମା ଲୁଂକା, ଲୁଥୁଲି ଥଣ୍ଡୋକୁହ୍ଲେ, ଲୁମ୍ଲା ମୂଜିମା, ନଦାଉଲେ ଭୂୟିସ୍ୱା ଟ୍ରିଫିନାହ, ଲୁଥିଲି ନୋସିଭୂୟିଲେ ମୋଲଭିନାହ, ମାଗାଡ୍ଲା ମଜ୍ୱାଣ୍ଡିଲେଙ୍କ ସମେତ ବହୁ ଗ୍ରାମାଞ୍ଚଳର ପ୍ରତିଭା ଅଂଶ ଗ୍ରହଣ କରିଥିଲେ । ସମଗ୍ର ବିଶ୍ଵର ଘର ଘରକୁ ଯୋଡ଼ି ଗୋଟିଏ ପରିବାର କରିବା ସହ ବ୍ୟକ୍ତିର ଅନ୍ତର୍ନିହିତ ପ୍ରତିଭାକୁ ବିଶ୍ଵବ୍ୟାପୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡଃ ଦାଶ ମତବ୍ୟକ୍ତ କରିଛନ୍ତି ।