ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦଵୀ ଖାଲି ପଡ଼ିଛି , ଏହାର ଦାୟିତ୍ୱ ତୁଲାଉଛନ୍ତି ଅନ୍ୟ ଜଣେ ଅଧିକାରୀ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଅବସର ଗ୍ରହଣ ପରେ ଏହି ପଦଵୀ ଖାଲୀ ପଡିଛି । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଅଞ୍ଚଳ । ଏଠାକାର ଅଧିବାସୀଙ୍କ ଜିବନ ଜୀବିକା ହେଉଛି କୃଷି , କିନ୍ତୁ ଜିଲ୍ଲାରେ ମୂଖ୍ୟ କୃଷି ଅଧିକାରୀ ପଦଵୀ ଖାଲି ପଡିବା ଦ୍ୱାରା ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସଫଳ ରୂପାୟନ ହୋଇ ପାରୁନଥିବା ଚାଷି କୂଳ ପକ୍ଷରୁ ଅଭିଯୋଗ ହେଉଛି। ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ପୂରଣ ହେଲେ ଚାଷୀକୁଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।
କୃଷି ବିଭାଗ ରେ ବିଭିନ୍ନ ପଦଵୀ ଖାଲି ପଡିବା ଫଳରେ ଜିଲ୍ଲା ରେ କୃଷି ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ଯୋଜନା ତୃଣ ମୂଳ ସ୍ତରରେ ସଚେତନତା ଓ ଲୋକଭିମୁଖୀ ହେବା କଷ୍ଟକର ହେଉଥିବାର ଚାଷି କୁଳ ଅଭିଯୋଗ କରିଛନ୍ତି । ତତ ସଙ୍ଗେ 10 ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟରତ କର୍ମଚାରୀ ବଦଳି ହଉ ନଥିବା ଦେଖିବାକୁ ମିଳିଛି । କର୍ମଚାରୀ ପଦୋନ୍ନତି ହୋଇ ପୁଣି ଏଇଠାରେ କାର୍ଯ୍ୟରତ ଅଛନ୍ତି । ସରକାର ଙ୍କ ନିୟମ 3 ବର୍ଷ ପରେ ବଦଳି ହେବା କଥା କିନ୍ତୁ କର୍ମଚାରୀ ବଦଳି ନ ହେବା ସମସ୍ତଙ୍କୁ ଚକିତ କରିଛି । କର୍ମଚାରୀ ଙ୍କ ବିରୋଧ ରେ ଅଭିଯୋଗ ଆସିଲେ ମଧ୍ୟ ବଦଳି ନ ହେବା ସମସ୍ତଙ୍କୁ ଚକିତ କରିଛି ! ତୁରନ୍ତ ସେମାନଙ୍କୁ ବଦଳି ସକାଶେ ଦାବୀ ହେଉଛି । ଏପଟେ ମୋ ସରକାର 5 ଟି ଓ ସ୍ୱଚ୍ଛତା ଉପରେ ଡିଣ୍ଡିମ ପିଟୁଥିବା ବେଳେ କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି ନହେବା ସମସ୍ତଙ୍କୁ ଚକିତ କରିଛି ।