ବୟସ ଜାଲିଆତି କରି ସରକାରୀ ଚାକିରି ହାତେଇଛନ୍ତି ବାଙ୍କୀ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ : କାର୍ଯ୍ୟାନୁଷ୍ଠାନ ଦାବିକଲେ ଗ୍ରାମବାସୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ବ୍ଲକର ଅଧ୍ୟକ୍ଷାଙ୍କ ସ୍ୱାମୀ ବୟସ ଜାଲିଆତି କରି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗରେ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀ ମାନେ ଏଡିଜି କ୍ରାଇମ୍‌ବ୍ରାଞ୍ଚ, ଡିଜି ଭିଜିଲାନ୍ସ, ମୁଖ୍ୟଶାସନ ସଚିବ , ୫-ଟି ସଚିବ, ଅବକାରୀ ବିଭାଗ ସଚିବ, ଅବକାରୀ ବିଭାଗ ଏସ୍‌.ପି ଗଞ୍ଜାମ୍‌, ପଞ୍ଚାୟତରାଜ ବିଭାଗ ସଚିବ , କଟକ ଜିଲ୍ଳାପାଳ ଏବଂ ଲୋକାୟୁତ ଓଡ଼ିଶାଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ବାଙ୍କୀ ବ୍ଲକର ଅଧ୍ୟକ୍ଷାଙ୍କ ସ୍ୱାମୀ ହୃଦୟ ଚନ୍ଦ୍ର ସାମନ୍ତ ବାଙ୍କୀ ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ବାସୀନ୍ଦା ଅଟନ୍ତି । ପ୍ରାଥମିକ ଶିକ୍ଷା ଗ୍ରାମ୍ୟ ବିଦ୍ୟାଳୟରେ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ହୃଦୟଚନ୍ଦ୍ର ସାମନ୍ତ ବୟସ ଜାଲିଆତି କରି ଚାକିରି ହାତେଇଛନ୍ତି । ଏନେଇ ଗ୍ରାମବାସୀ ମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଜନସୂଚନା ଆଇନ୍ ବଳରେ ତଥ୍ୟ ଲୋଡିଥିଲେ । ଯେଉଁଥିରେ ଏକ ଟି.ସି କାର୍ଯ୍ୟାଳୟ ତରଫରୁ ଆବେଦନ କରିଥିବା ଗ୍ରାମର ଲକ୍ଷ୍ମୀନାରାୟଣ ଦେବତାଙ୍କୁ ପ୍ରଦାନ କରାଯାଇଛି । ସେଥିରେ ତାଙ୍କ ଜନ୍ମ ତାରିଖ ତା.୦୪.୦୩.୧୯୫୯ ବୋଲି ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ଶ୍ରୀଯୁକ୍ତ ସାମନ୍ତ ଗଜ୍ଞାମ ଜିଲ୍ଲାରେ ଅବକାରୀ ବିଭାଗରେ ଇନିିସ୍ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ସୁଧା ତାଙ୍କୁ ୬୪ବର୍ଷ ବୟସ ହେଉଥିବା ବେଳେ ଅବସର ବୟସ ସୀମାକୁ ଅତିକ୍ରମ କରି କିଭଳି ଚାକିରି ହାତେଇଲେ ବୋଲି ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ଗ୍ରାମର ଆନନ୍ଦ ଚନ୍ଦ୍ର ବେହେରା, ଦେବେନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ପଣ୍ଡା, ଲକ୍ଷ୍ମୀଧର ଜେଠୀ, ଲକ୍ଷ୍ମୀନାରାୟଣ ଦେବତା, ରାଜକିଶୋର ସାହୁ, ସନ୍ତୋଷ ପ୍ରଧାନ, ଵିରେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଲୋକାୟୁକ୍ତ ଓଡ଼ିଶା, ଅବକାରୀ ବିଭାଗ ଓଡ଼ିଶା, ପଞ୍ଚାୟତରାଜ ସଚିବ, ମୁଖ୍ୟ ଶାସନ ସଚିବ ଏବଂ ଅବକାରୀ ସଚିବ ଏବଂ ୫-ଟି ସଚିବଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *