ଶ୍ରାବଣ ମାସ ଦ୍ବିତୀୟ ସୋମବାର ଠାକୁର ଙ୍କ ଉପରେ ଜଳ ଲଗିକଲେ ଭକ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରରେ କାଉଡ଼ିଆ ପାଣି ଢାଳିଲେ ଓ ପୂଜା ପଦ୍ଧତିକୁ ମୁଖ୍ୟତଃ ପାଳନ କରିଥିବା ଦେଖିବାକୁ ମିଳିଛି । କାଉଡ଼ିଆ ଭକ୍ତ ଭୋର ସମୟରେ ସ୍ଥାନୀୟ ମହେନ୍ଦ୍ର ତନୟା ନଦୀ କୂଳରେ ପହଂଚି ସମସ୍ତ ନୀତି ପାଳନ କରିବା ସହ କଳସରେ ପାଣି ଆଣି ଶୈବ ପୀଠ ମାନଙ୍କରେ ଏହି ଜଳ ଅଭିଷେକ ପାଇଁ ପହଞ୍ଚି ସେଠାରେ ପୂଜାବିଧି ସମ୍ପୂର୍ଣ୍ଣ ଭାବେ ପାଳନ କରିଥିଲେ । ଶ୍ରାବଣ ମାସରେ ସୋମବାର ମାନଙ୍କରେ ଶିବ ମନ୍ଦିରରେ ଜଳ ଲାଗି କଲେ ଠାକୁରଙ୍କ କୃପା ଲାଭ କରିବା ସହିତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏହି ଭକ୍ତ ମାନେ ଉପକୂଳ ଓଡ଼ିଶାର ପୁରୀ, କଟକ, ଜଗତସିଂହପୁର ଯାଜପୁର ଖୋର୍ଦ୍ଧା ଆଦି ସ୍ଥାନରେ ବହୁ ପରିମାଣର ଦେଖା ଯାଉଥିଲେ । ବର୍ତ୍ତମାନ ଏହି ପ୍ରଥା କ୍ରମଶଃ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରେ ଦେଖାଯିବା ସହ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ କାଉଡ଼ିଆ ଭକ୍ତ ବହୁ ପରିମାଣର ଦେଖିବାକୁ ମିଳୁଛି । ଏଥିପାଇଁ ସହରର ବିଭିନ୍ନ ଶିବ ମନ୍ଦିରରେ ରାମଲିଙ୍ଗେଶ୍ୱର୍, ଚନ୍ଦ୍ରଶେଖର, ଅର୍ଦ୍ଧ ଲିଙ୍ଗେଶ୍ୱର୍, ଖଞ୍ଜା ସାହି ତ୍ରିନାଥ ମନ୍ଦିର ଆଦି ବିଭିନ୍ନ ମନ୍ଦିରରେ କାଉଡ଼ିଆ ଭକ୍ତ ମାନେ ପହଞ୍ଚି ସେଠାରେ ପୂଜାବିଧି ସମ୍ପୂର୍ଣ୍ଣ ଭାବରେ କରି ଜଳ ଲାଗି କରିଛନ୍ତି । ପାରଳା ସହରରେ ଏକ ଆଧ୍ୟାତ୍ମକ ବାତାବରଣ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *